ବାଇକ-ସ୍କୁଟି ଦୁର୍ଘଟଣାରେ ୨ ଆହତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକ ଶିବ ମନ୍ଦିର ନିକଟରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ଧକ୍କା ହେବାରୁ ଦୁଇଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ଗୁରୁତର ହୋଇଥିବା କବି ପ୍ରସାଦ ମଲ୍ଲିକଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଦେଇଛନ୍ତି । ଅନ୍ୟ ଜଣେ ଆହତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାଇ କବି ପ୍ରସାଦ ମଲ୍ଲିକ ନିଜ ସ୍କୁଟି ଯୋଗେ ରାସ୍ତା ପାର ହେଉଥିବା ବେଳେ ଏକ ବାଇକରେ ୩ ଜଣ ବସି ଦ୍ରୁତ ଗତିରେ ତିନିମୁହାଣୀ ଅଭିମୁଖେ ଆସୁଥିବା ଅବସ୍ଥାରେ କବି ପ୍ରସାଦଙ୍କ ସ୍କୁଟିକୁ ଜୋରରେ ଧକ୍କା ଦେବା ଫଳରେ କବି ପ୍ରସାଦ ଗୁରୁତର ହୋଇ ତଳେ ପଡିଯାଇଥିଲେ । ସେହିପରି ବାଇକରେ ଯାଉଥିବା ତିନି ଜଣଙ୍କ ମଧ୍ୟରୁ ଗାଡି ଚଳାଉଥିବା ଯୁବକ ଜଣକ ଆହତ ହୋଇଥିଲେ । ଟାଉନ ଥାନା ପୋଲିସ ଉଭୟଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଶ୍ରୀ ମଲ୍ଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ