ଝୁଣାବାଡିରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଝୁଣାବାଡିରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାକୁ ପବିତ୍ର ମୋହନ ପେଡା, ପ୍ରଦୀପ ପେଡା, ପ୍ରମୋଦ ପେଡା, ବଳରାମ ଗିରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପୂଜା ଉତ୍ସବରେ ଜିଲ୍ଲାପରିଷଦ ଉପାଧକ୍ଷ ସୋମନାଥ ଦାସ, ସୁବୋଧ ପଣ୍ଡା, ଶରତ ଚନ୍ଦ୍ର ଗିରି, ରଘୁନାଥ ପରିଡା, ରବିନ୍ଦ୍ର ଲେଙ୍କା, ଅଜୟ ଘଡ଼େଇ, ଅନନ୍ତ ଆୟତ, ଦେବେନ୍ଦ୍ର ତ୍ରିପାଠୀଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।