ହାଟଡିହି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ଯୋଜନା ଉଦ୍‌ଘାଟିତ

ହାଟଡିହି, (ବିକାଶ ବିଶ୍ୱାଳ):କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ଯୋଜନା ଉଦ୍‌ଘାଟିତ ହୋଇଯାଇଛି। ବିଡିଓ ସୌମ୍ୟଶ୍ରୀ ପାଣିଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ତହସିଲଦାର ହାବିଲ ଖାଖା , ସିଡିପିଓ ଉମାମଣି ମହାପାତ୍ର , ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇ ଶୁଭଦ୍ରା ଯୋଜନାର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଢ଼ ହଜାରରୁ ଉର୍ଦ୍ଧ୍ଵ ମହିଳା ଯୋଗ ଦେଇଥିବା ବେଳେ ଭଦ୍ରକରୁ ଆସିଥିବା ଡ୍ୟାନସ ଗ୍ରୁପ ଦ୍ୱାରା ଓଡ଼ିଶୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ୭୩ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ୬୫ ଜଣ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିବସ ଉପଲକ୍ଷେ ଶୁଭଦ୍ରା ଯୋଜନା ସମ୍ପର୍କିତ କୁଇଜ ପ୍ରତିଯୋଗୀତା କରାଯାଇ ସଫଳତା ହାସଲ କରିଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ହାଟଡିହି ବ୍ଲକରେ ୮୦୮୪୨ ଜଣ ଯୋଗ୍ୟ ହିତାଧିକାରୀ ଥିବାବେଳେ ତନ୍ମଧ୍ୟରୁ ଆଜି ସୁଧା ୩୪୫୧୮ଜଣ ହିତାଧିକାରୀ ଶୁଭଦ୍ରା ପୋଜନା ଅନୁଦାନ ପାଇବା ପାଇଁ ଆବେଦନ କରିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ