ସିଦ୍ଧାର୍ଥ ମିତ୍ରଙ୍କ କିଟ୍ ବିଶ୍ୱବିଦ୍ୟାଳୟରୁ ଗଣିତ ଶାସ୍ତ୍ରରେ ପିଏଚ୍‌ଡ଼ି ଲାଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀ ସିଦ୍ଧାର୍ଥ ମିତ୍ର ଗଣିତ ଶାସ୍ତ୍ରରେ କିଟ୍ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଛନ୍ତି । ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯାଇଛି ।ଶ୍ରୀ ମିତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍‌ଫିଲ୍ କରିଥିଲେ । ସେ ତାଙ୍କର ଗାଇଡ୍ ଡ଼ଃ ପ୍ରଶାନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଏହି ସଫଳତା ହାସଲ କରିଛନ୍ତି । ଜଣେ ମେଧାବୀ ଛାତ୍ର ଭାବେ ସେ ସ୍କୁଲ ଜୀବନରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଥିରେ କୃତୀତ୍ୱ ଅର୍ଜନ କରିଥିଲେ । ଶ୍ରୀ ମିତ୍ର ଖୋର୍ଦ୍ଧା ଜିଲ୍ଲା ନିବାସୀ ସ୍ୱର୍ଗତ ରବିନ୍ଦ୍ରକୃଷ୍ଣ ମିତ୍ର ଓ ନିଳୀମା ମିତ୍ରଙ୍କ ନାତି ଏବଂ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିତ୍ର ଏବଂ ସୂପର୍ଣ୍ଣା ମିତ୍ରଙ୍କର ଏକମାତ୍ର ସନ୍ତାନ ଅଟନ୍ତି । ଶ୍ରୀ ମିତ୍ରଙ୍କର ଏହି କୃତୀତ୍ୱ ପାଇଁ ତାଙ୍କର ସମସ୍ତ ଶିକ୍ଷକ, ଶୁଭାକାଂକ୍ଷୀ ଓ ବନ୍ଧୁ ପରିଜନଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ