ଗୋପାଳପୁର – ରେଢ଼ାଖୋଲ ରେଳପଥ ନିର୍ମାଣ ଦାବୀ ଜୋର ଧରିଲା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଦୀର୍ଘଦିନର ଦାବୀ ଗୋପାଳପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ, ସମ୍ବଳପୁରରେଲ ପ୍ରକଳ୍ପ ଦିବାସ୍ଵପ୍ନ ପରି ଲାଗୁଛି | ଡ଼ିପିଆର ହୋଇ ରେଲ ବୋର୍ଡ ମଞ୍ଜୁର ମିଳିବି ଟୋକେନ ମନିରେ ଅଟକିଛି ଘୁମୁସର, କନ୍ଧମାଳ ଓ ଗଞ୍ଜାମ ଅଞ୍ଚଳବାସୀ ଯାହାକୁ ନେଇ ବିଭିନ୍ନ ସମୟରେ ଧାରଣା, ରାଲ୍ଲି, ବନ୍ଦ ଓ ପ୍ରତିବାଦ କଲେବି ଦୃଢ ରାଜନୈତିକ ଇଛାଶକ୍ତି ଅଭାବ ହେତୁ ଫୁଲବାଣୀ ରେଲ ଲାଇନ ନିର୍ମାଣ ପ୍ରକଳ୍ପକୁ ସବୁଜ ସଂକେତ ମିଳୁପାରୁନIହିଁ ଓ ଏଥି ପାଇଁ ଚଳିତ ଆର୍ଥିକ ବର୍ଷ ବଜେଟରେ ଅର୍ଥ ବରାଦ କେନ୍ଦ୍ର ସରକାର କଲେ ନIହିଁ |ଡବଲ ଇଞ୍ଜିନି ସରକାର ଯାହା ଦକ୍ଷିଣ ଓଡିଶା ବାସୀଙ୍କୁ ମର୍ମାହତ କରିଅଛି I ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ 120 କିଲୋମିଟର ବିଶିଷ୍ଠ ପ୍ରସ୍ତାବିତ ନୂତନ ପ୍ରକଳ୍ପ ପ୍ରକାରେ ଗୋପାଳପୁର, ଜଗନ୍ନାଥପୁର, ବ୍ରହ୍ମପୁର, କୁକୁଡାଖଣ୍ଡି, ହିଂଜିଳିଆସ୍କା, ଖଣ୍ଡରାବଳି, ବାସୁଦେବପୁର, ଭଞ୍ଜନଗର, ମୁଜାଗଡ, ବଦାଙ୍ଗୀ, ଚକାପାଦ, ଜIଗରପଟା, ଫୁଲବାଣୀ, ଲକରାପାଜୁ, ସାନମୁଣ୍ଡା, ମୁଣ୍ଡାପଡା, ବୌଦ୍ଧ, କଦଳିଗଡ, ରେଢ଼ାଖୋଲ, ସମ୍ବଳପୁର ମୋଟ ୧୮ ଗୋଟି ନୂତନ ସ୍ଟେଶନ, ୫ଗୋଟି ଟନେଲ, ୩୮ଗୋଟି ବଡ ସେତୁ, ୧୮୪ ଗୋଟି କ୍ଷୁଦ୍ର ଓ ମଧ୍ୟମ ସେତୁ ହେବା ବ୍ୟବସ୍ଥା ରହିଅଛି I ଦାବୀ ପୂରଣ ନିମିତ ଦକ୍ଷିଣ ଓଡିଶା ରେଲପଥ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର, ଘୁମୁସର ଉନ୍ନୟନ ମଞ୍ଚ, ଭୁବନେଶ୍ବର, ଫୁଲବାଣୀ ରେଲପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ, ବରିଷ୍ଠ ନାଗରିକ ମଞ୍ଚ ଓ ଘୁମୁସର ବିକାଶ ପରିଷଦ, ଭଞ୍ଜନଗର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରେଲମନ୍ତ୍ରୀ ଅଶ୍ଵୀନି ବୈଷ୍ଟବ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ଅନିତା ପ୍ରିୟଦର୍ଶନୀ, ସୁକାନ୍ତ ପାଣିଗ୍ରାହୀ ମିଶି ଦାବିପତ୍ର ଦେଇଛନ୍ତି I ଭଞ୍ଜନଗର ବିଧାୟକ ପ୍ରଦ୍ଯୁମ୍ନ ନାୟକଙ୍କ ବାସଭବନରେ ମିଶି ଘୁମୁସର ବିକାଶ ପରିଷଦର ୨୦ ଜଣିଆ ପ୍ରତିନିଧି ଦଳ ବରିଷ୍ଠ ଆଇନଜୀବି ତଥା ସଭାପତି ସୋମନାଥ ନାୟକ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵ ପ୍ରସ୍ତାବିତ ରେଲ ପ୍ରକଳ୍ପରେ ବଜେଟରେ ଅର୍ଥବରାଦ କରିବା ସହ ଉପେନ୍ଦ୍ର ଭଞ୍ଜ ଓ ବୈଦେହୀ ନାମରେ ଟ୍ରେନ ପ୍ରଚଳନ ପାଇଁ ସ୍ମାରକପତ୍ର ଦେଇ ଅଛନ୍ତି ଯାହାକୁ ଗୁରୁତ୍ଵ ଭାବି ଆସନ୍ତା ବଜେଟରେ ଆବଶ୍ୟକ ଅର୍ଥ ମଞ୍ଜୁର କରାଯିବ ସହ ଘୁମୁସର ଓ କନ୍ଧମାଳ ଅଞ୍ଚଳ ବାସୀଙ୍କ ଦାବୀକୁ ପୂରଣ କରିବା ମୋହନ ସରକାର ବଚନବଦ୍ଦ ବୋଲି ଶ୍ରୀ ନାୟକ ପ୍ରେସ ଇସ୍ତାହାର ଦେଇ ଅଛନ୍ତି I ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି, ଓକିଲ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଓ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ, ରବିନାରାୟଣ ସାମନ୍ତ, ଗୋପାଳ ଚନ୍ଦ୍ର ଲେଙ୍କା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବନମାଳୀ ଲେଙ୍କା ପଣ୍ଡିତ ବିପ୍ର ଚରଣ ସାହୁ, ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ, ପୀତାମ୍ବର ପରିଡା, ରଘୁନାଥ ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ