ଅଖଣ୍ଡ ନାମ ଯଜ୍ଞର ୪୪ ବର୍ଷ ପୂର୍ତ୍ତି ଉତ୍ସବ

ନିମାପଡ଼ା ,( ସନ୍ତୋଷ ଦାଶ) ବିଶ୍ୱର ମଙ୍ଗଳ ପାଇଁ ମହାବିପତ୍ତି ନାଶନ ମହାମନ୍ତ୍ର “ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ” ଅଖଣ୍ଡ ନାମଯଂଜ୍ଞ ର ୪୪ ବର୍ଷ ପୂର୍ତ୍ତୀ ଉତ୍ସବ ପୁରୀ ଜିଲ୍ଲା ନୟାହାଟ ସ୍ଥିତ ସର୍ବ ଧର୍ମ ସମନ୍ୱୟ ର ପୀଠ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର( ନୂଆ ମଠ) ପରିସର ର ମହାମାନବ ମନ୍ଦିରରେ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ସ୍ୱର୍ଗ ବ୍ରହ୍ମପୁର ଗ୍ରାମ ର ସାଧାରଣ ପରିବାର ରେ ଜନ୍ମ ଗ୍ରହଣ କରିଥିବା ନାମ ପ୍ରେମୀ, ସିଦ୍ଧ ମହାପୁରୁଷ ପ୍ରେମାଚାର୍ଯ୍ୟ ମଧୁସୂଦନ ୧୯୮୦ ମସିହା ରେ କର୍ମ କ୍ଷେତ୍ର ଓ ଲୀଳାକ୍ଷେତ୍ର ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସର ରେ ମହାମାନବ ମନ୍ଦିର ସ୍ଥାପନ କରିଥିଲେ । ସେଠାରେ ଏହି ଅହୋରାତ୍ର ଅଖଣ୍ଡ ନାମ ସଂକୀର୍ତ୍ତନ ଆରମ୍ଭ କରିଥିଲେ ଯାହାକି ଆଜି ପର୍ଯ୍ୟନ୍ତ ଭକ୍ତ, ଶ୍ରଦ୍ଧାଳୁ, ଶିଷ୍ୟ, ଶିଷ୍ୟା ଙ୍କ ସହଯୋଗରେ ଚାଲୁ ରହିଛି । ଏହି କ୍ରମରେ ବିଶ୍ୱ ଗୁରୁ ବାୟା ବାବା ଙ୍କ ଜନ୍ମ ଉତ୍ସବ ଆଶ୍ରମ ରେ ଥିବା ମନ୍ଦିର ରେ ଯଥା ରୀତି ରେ ପାଳିତ ହୋଇଥିଲା ।ସେଠାରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ପରେ ମା ମାନଙ୍କ ଦ୍ୱାରା ବନ୍ଦାପନା କରାଯାଇଥିଲା । ଭଜ ମଧୁସୂଦନ, ଜପ ମଧୁସୂଦନ, ଜୟ ମଧୁସୂଦନ, ଜୟ ଜୟ, ଶ୍ରୀ ମଧୁସୂଦନ ଗୁଣ, ମଧୁସୂଦନ ରଟ, ମଧୁସୂଦନ ଜୟ ଜୟ, ନାମ କୀର୍ତ୍ତନ ରେ ଭକ୍ତମାନେ ବିଭୋର ହୋଇଯାଇଥିଲେ।ଏହି ମହାମାନବ ମନ୍ଦିର ରେ ଭାରତର ସମସ୍ତ ମହାପୁରୁଷ ଙ୍କ ଫଟୋ ଚିତ୍ର ପୂଜା ପାଉଛନ୍ତି ବୋଲି ସେବକ ପ୍ରୀତିରଞ୍ଜନ ଦାସ ପ୍ରକାଶ କରିଛନ୍ତି। ଶେଷରେ ବାୟା ଗୀତା ପଠନ ପରେ ଶହ ଶହ ଭକ୍ତ ମାନଙ୍କୁ ପ୍ରସାଦ ଲାଗି କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ