ଶିଶୁ ପୁତ୍ରକୁ ଧରି ମହିଳାଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା

ନିମାପଡା,( ସନ୍ତୋଷ ଦାଶ) ପିପିଲି- ନିମାପଡ଼ା ରାସ୍ତାର ହରିପୁର ନିକଟ ଭାର୍ଗବୀ ନଦୀ ବ୍ରିଜ୍ ଉପରୁ ବୁଧବାର ଅପରାହ୍ନରେ ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳା ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁବା ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନଦୀରେ ଖୋଜାଖୋଜି କରିଥିଲେ। ତେବେ ଘଟଣାସ୍ଥଳରୁ ଦେଢ କିଲୋମିଟର ଦୂର ସୁନାପଦା ଗ୍ରାମ ନିକଟରେ ୨ ଜଣ ଗ୍ରାମବାସୀ ଗଭୀର ନଦୀ ନାଳରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ମହିଳା ଓ ଶିଶୁ ପୁତ୍ର ଙ୍କ ପରିଚୟ ମିଳି ପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ