ଦାରୁଭଦ୍ରା ସରପଂଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିଲେ ନାଏବ ସରପଞ୍ଚ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଂଚାୟତ ସରପଂଚଙ୍କ ମନମୁଖି କାର୍ଯ୍ୟ ତଥା ଏକଛଦ୍ର ବାଦ କାର୍ଯ୍ୟ କଳାପ କୁ ବିରୋଧ କରି ଅନସ୍ଥା ପ୍ରସ୍ତାବ ଆଣିଲେ ନାଏବ ସରପଂଚଙ୍କ ସମେତ ୧୨ ଜଣ ୱାର୍ଡ ସଭ୍ୟ/ସଭ୍ୟା । ଏନେଇ ବୁଧବାର ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା ଙ୍କୁ ଭେଟି ସେମାନେ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦରଖାସ୍ତ ପ୍ରଦାନ କରାଯାଇଛି । ସରପଞ୍ଚ ମାସିକ ଗ୍ରାମ ପଂଚାୟତ ବୈଠକ ରେ ପ୍ରାରମ୍ଭ ରେ କେବଳ ଭାଷଣ ରେ ଆରମ୍ଭ କରି ଭାଷଣ ରେ ହିଁ ବୈଠକ ସମାପ୍ତ କରନ୍ତି, ଆମ୍ଭ ମାନଙ୍କ ଉପସ୍ଥାପନ ଖାତା ରେ ଦସ୍ତଖତ କରିବା ଛଡା ଅନ୍ୟ କୌଣସି ବିଷୟ ବସ୍ତୁ ଜଣାଉ ନାହାନ୍ତି, କୌଣସି ବିଷୟରେ ବୈଠକ ରେ ପଚାରିଲେ କ୍ଷୁବ୍ଧ ହୋଇ ୱାର୍ଡ ସଭ୍ୟ ବାହାର କରିଦେବାର ଧମକ ଦେଉଛନ୍ତି, ଗ୍ରାମ ପଂଚାୟତ ଉନ୍ନୟନ ପାଣ୍ଠି କେଉଁଠି କିଭଳି ଖର୍ଚ୍ଚ କରାଯାଇଛି ତାହା ଆମ୍ଭେ ଜାଣି ପାରୁ ନାହିଁ, ଗ୍ରାମ ପଂଚାୟତ ରେ ଅତି ଆବଶ୍ୟକ ଜନହିତକର କାର୍ଯ୍ୟ ବାରମ୍ବାର ବୈଠକରେ ଦାବୀ କଲେ ମଧ୍ୟ କୌଣସି ଫଳ ପଦ ହୋଇପାରୁନାହିଁ, ବିଶେଷ ଭାବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ରେ ତ୍ରୁଟି ଦେଖାଦେଲେ ମଧ୍ୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହେଉଛି, ନିର୍ବାଚିତ ୱାର୍ଡ ସଭ୍ୟ /ସଭ୍ୟା ମାନଙ୍କୁ ସରପଞ୍ଚବିକାଶ ସେଠି ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି ବୋଲି ୱାର୍ଡ ମେମ୍ବର ମାନେ ଅଭିଯୋଗ କରିଛନ୍ତି । ସେ ଏଭଳି ବିଭିନ୍ନ ବେନିୟମ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଆମ୍ଭେ ନିର୍ବାଚିତ ସଂଖ୍ୟାଧିକ ୱାର୍ଡ ସଭ୍ୟ ଓ ସଭ୍ୟା ଆପଣଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ, ସରପଂଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରି ତୁରନ୍ତ ତାଙ୍କୁ ଦାରୁଭଦ୍ରା ସରପଂଚ ପଦବୀରୁ ବହିଷ୍କାର କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ଲିଖିତ ଦରଖାସ୍ତ ରେ ଉଲ୍ଲେଖ କରିଛନ୍ତି ।ପଂଚାୟତର ନାଏବ ସରପଂଚ ପ୍ରଭାସିନୀ ବେହେରା,ୱାର୍ଡ ସଭ୍ୟ ହରିକୃଷ୍ଣ ସାବତ, କାଳୁ ଚରଣ ଗୌଡ଼, କେଦାର ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ତ୍ରିନାଥ ନାୟକ, ୱାର୍ଡ ସଭ୍ୟା ସୁଜାତା ନାହାକ, ପ୍ରଭାସିନି ସେଠି, ବର୍ଷା ସେଠି, ଗୀତାଞ୍ଜଳି ସାହୁ, ଏମ କିଶୋରୀ ଓ ଗୀତାଞ୍ଜଳି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ