ଗୁମ୍ମା ବ୍ଲକରେ ରାସ୍ତାଘାଟ, ପିଇବା ପାଣି ଓ ବିଦୁତ ବ୍ୟବସ୍ଥା ପାଇଁ ବିଧାନସଭାରେ ପ୍ରଶ୍ନକଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ଭାବେ ଜଣାଶୁଣା | ଏହି ବ୍ଲକର ଅଧିକାଂଶ ଅଞ୍ଚଳ ପାହାଡ଼ିଆ ପର୍ବତ ଶିଖରରେ ଅବସ୍ଥିତ। ପାହାଡ଼ିଆ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସମସ୍ୟା ଲାଗି ରହିଛି | ପାନୀୟ ଜଳର ଅଭାବ, ରାସ୍ତାଘାଟ, ବିଦୁତ ବ୍ୟବସ୍ଥା, ବିଦ୍ୟାଳୟର ଅବ୍ୟବସ୍ଥା ମୁଖ୍ୟତଃ ଗୁମ୍ମା ସଦର ମହକୁମାକୁ ସ୍ବତନ୍ତ୍ର ବିଦ୍ୟୁତ ଫିଡୋର ଓ ଗାଇବାରେ ନୂତନ ସବ- ଷ୍ଟେସନ ନିର୍ମାଣ ପାଇଁ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଗୁମ୍ମାରେ ସ୍ବତନ୍ତ୍ର ଫିଡର ହେବା ଦ୍ବାରା ସରକାରୀ କାର୍ଯ୍ୟାଳୟଗୁଡ଼ିକ ସୁରୁଖୁରୁରେ ଚାଲିପାରିବ ଓ ଗାଇବା ଠାରେ ନୂତନ ବିଦ୍ୟୁତ୍ ସବଷ୍ଟେସନ ସ୍ଥାପନ ହେଲେ ଗୁମ୍ମା ବ୍ଲକର ୬ଟି ପଞ୍ଚାୟତର ୪ହଜାର ବିଦ୍ୟୁତ ଉପଭୋକ୍ତା ଉପକୃତ ହୋଇପାରିବେ. ସୂଚନାଯୋଗ୍ୟଯେ ଗୁମ୍ମା ବ୍ଲକର ପାହାଡ଼ିଆ ଅଞ୍ଚଳ ଅଜୟଗଡ଼, ଗୁମ୍ମା, ତୁମୁଲ, ବାଇଝାଲ, ବୃଷଭ, ବି.କଳାକଟ ଓ ଡୁମ୍ବାଡ଼ା ଆଦି ପଞ୍ଚାୟତରେ ବିଭିନ୍ନ ପ୍ରକାର ସମସ୍ୟା ସଂକ୍ରାନ୍ତରେ ନିର୍ବାଚନ ସମୟରେ ବିଧାୟକ ସାଧାରଣ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ | ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ସମସ୍ତ ସରକାରୀ ସୁବିଧା ଗ୍ରାମାଞ୍ଚଳରେ ପହଞ୍ଚିବା ନିରନ୍ତର ପ୍ରୟାସ ଜାରି ରଖୁଥ‌ିବା ବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସେପିଆଲ ସେକ୍ଟର ପ୍ରୋଗ୍ରାମ ମାଧ୍ଯମରେ ଗୁମ୍ମା ବ୍ଲକରେ ଲାଗୁ କରିବାକୁ ଦାବି ଉପସ୍ଥାପନ କରିଥିଲେ I ଚଳିତ ବର୍ଷ ବିଧାନସଭା ଅଧିବେଶନରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଗୁମ୍ମା ବ୍ଲକର ବିକାଶ ପାଇଁ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ