ଗୁମ୍ମା ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବିକାଶ ବିଦ୍ୟା ନିକେତନ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାର ଉଦଯାପିତ ହୋଇଯାଇଛି। କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମଟି ବିକାଶ ବିଦ୍ୟାନିକେତନ ବିଦ୍ୟାଳୟ ଖେଳ ପଡିଆ ଠାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ,ଗାଇବା ପ୍ରଧାନ ଶିକ୍ଷୟିତ୍ରୀ ମରଗାଇତା ରଈତ ଓ ବିବିନିକେ ପ୍ରଧାନ ଶିକ୍ଷକ ଭବାନୀ ସ୍ୱାଇଁ ମଞ୍ଚଷିନ ହୋଇଥିଲେ। କାର୍ଯ୍ୟକ୍ରମକୁ ପତକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ ଅତିଥିଗଣ ଏବଂ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ପରିସର ଠାରେ ବୃକ୍ଷ ରୋପଣ କରିଥିଲେ। କ୍ରୀଡା ପ୍ରତିଯୋଗିତାରେ ବ୍ଲକର ୧୪ଟି ବିଦ୍ୟାଳୟରୁ ୩୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗନେଇ କବାଡି଼,ଖୋକୋ,ଭଲିବଲ,ଦୌଡ ଓ ହାଇ ଓ ଲଙ୍ଗ ଜୋମ୍ପ ଇତ୍ୟତି ପ୍ରତିଯୋଗିତା ମାନଙ୍କରେ ଭାଗ ନେଇଥିଲେ।ପ୍ରତିଯୋଗିତାରେ ପ୍ରଥମ,ଦୂତୀୟ ଓ ତୃତୀୟ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ଅତିଥିମାନେ।ଏହି କାର୍ଯ୍ୟକ୍ରମକୁ ଗୁମ୍ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବାସୁଦେବ ରେଡ଼ି,ସନ୍ତସ ଦୋରା,ବୁଲୁ ସେଠି,ମୋହନ ରାଓ, ଶିବରାମ ଭୂୟାଁ,ପ୍ରଦୀପ ସେଠି, ଗପାଳ ଦଳାଇ ଓ ନାରାୟଣ ସାହୁ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ