ପ୍ରଥମ ଥର ଘର କିଣୁଥିବା ଗ୍ରାହକଙ୍କ ପାଇଁ ଗୃହ ଋଣ ଜରିଆରେ ଆର୍ôଥକ ସ୍ୱାଧୀନତା ପାଇଁ ୪ ଟି ସୋପାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଥମ ଥର ଘର କିଣୁଥିବା ଗ୍ରାହକମାନଙ୍କ ଲାଗି ଘର କିଣିବା ହେଉଛି ଏକ ଉଲ୍ଳେଖନୀୟ ମାଇଲଖୁଂଟ। ଗୃହ ଋଣ ପ୍ରକ୍ରିୟା ଦେଇ ଗତି କରିବା ବେଶ କଷ୍ଟକର ବ୍ୟାପାର ହୋଇଥିବା ବେଳେ ସଠିକ ଦୃଷ୍ଟିକୋଣ ରଖିଲେ ସେଥିରୁ ଆର୍ôଥକ ସ୍ୱାଧୀନତା ମିଳିପାରିବ। ପିରାମଲ ଫାଇନାନ୍ସର ଚିଫ ବିଜନେସ ଅଫିସର (ସିବିଓ) ଜଗଦୀପ ମାଲାରେଡି ପ୍ରଥମ ଥର ଘର କିଣୁଥିବା ଭାରତର ଗ୍ରାହକମାନଙ୍କୁ କେତେକ ମୂଲ୍ୟବାନ ଟିପସ ପ୍ରଦାନ କରିଛନ୍ତି ଯାହା ଫଳରେ ଗୃହ ଋଣର ବୁଦ୍ଧିମାନ ପରିଚାଳନା ଦ୍ୱାରା ଆର୍ôଥକ ସ୍ଥିରତା ଓ ନିରାପତା ହାସଲ କରାଯାଇପାରିବ।ଜଗଦୀପ କହିଛନ୍ତି ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ନିଜର ଆର୍ôଥକ ପ୍ରସ୍ତୁତିର ଆକଳନ କରିବା। ଗୃହ ଋଣ ପାଇଁ ଆବେଦନ କରିବା ପୂର୍ବରୁ ନିଜ ଆର୍ôଥକ ସ୍ଥିତିକୁ ଭଲ ଭାବେ ଅନୁଧ୍ୟାନ କରନ୍ତୁ। ଆପଣଙ୍କ ସ୍ଥିର ଆୟ, ଏକ ଭଲ କ୍ରେଡିଟ ସ୍କୋର ଓ ଚଳନୀୟ ଆୟକୁ ଋଣ ଅନୁପାତ ଥିବା ନିଶ୍ଚିତ କରନ୍ତୁ। ଭାରତରେ ଋଣ ଦେଉଥିବା ସଂସ୍ଥା ମୁଖ୍ୟତଃ ୭୫୦ କିମ୍ବା ତା’ଠାରୁ ଅଧିକ କ୍ରେଡିଟ ସ୍କୋରକୁ ପସନ୍ଦ କରନ୍ତି। ଅନଲାଇନ କାଲକୁଲେଟରକୁ ବ୍ୟବହାର କରି ଆପଣ ଋଣ ପାଇଁ ନିଜର ଯୋଗ୍ୟତା ଓ ମାସିକ ଇଏମଆଇ ପରଖିପାରିବେ ଯାହା ଆପଣଙ୍କୁ ଭଲ ଭାବେ ପ୍ରସ୍ତୁତ ହେବାରେ ସହାୟକ ହେବ।”ସଠିକ ଗୃହ ଋଣ ଉତ୍ପାଦ ଚୟନ କରିବା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ଫିକ୍ସଡ ରେଟ ଋଣ, ଫ୍ଲୋଟିଂ ରେଟ ଋଣ ଓ ହାଇବ୍ରିଡ ଋଣ ଭଳି ଗୃହ ଋଣର ବିଭିନ୍ନ ବିକଳ୍ପ ରହିଛି। ଆପଣଙ୍କ ଆର୍ôଥକ ଲକ୍ଷ୍ୟ ଓ ବିପଦ ଗ୍ରହଣ କ୍ଷମତା ବିଚାରକୁ ନେଇ ଆପଣଙ୍କୁ କେଉଁଟି ସୁହାଇବ ତାହା ଗବେଷଣା ଓ ତୁଳନା କରି ଚୟନ କରନ୍ତୁ। ଫିକ୍ସଡ ରେଟ ଋଣରେ ସ୍ଥିରତା ରହିଛି, ଯେଉଁଥିରେ ଇଏମଆଇ ସ୍ଥିର ରହିବ, କିନ୍ତୁ ଫ୍ଲୋଟିଂ ରେଟ ଋଣ କେବଳ ସୁଧ ହାର କମ ହେବା ବେଳେ ଲାଭଦାୟକ ହେବ।
ଏକ ଆରାମଦାୟକ ଋଣ ପରିଶୋଧ ଅବଧି ଚୟନ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ। ଋଣ ପରିଶୋଧ କରିବାର ଅବଧି ଆପଣଙ୍କ ମାସିକ ଇଏମଆଇ ଓ ଋଣ ଅବଧିରେ ଆପଣ ପ୍ରଦାନ କରୁଥିବା ମୋଟ ସୁଧ ହାରକୁ ପ୍ରଭାବିତ କରିବ ବୋଲି ଜଗଦୀପ କହିଛନ୍ତି। ଅଧିକ ଦିନର ପରିଶୋଧ ଅବଧି ଇଏମଆଇକୁ କମ କରୁଥିବା ବେଳେ ସୁଧ ଖର୍ଚ୍ଚ ବଢ଼ାଇ ଦିଏ। ସେହିପରି କମ ସମୟର ପରିଶୋଧ ଅବଧିରେ ଇଏମଆଇ ବଢ଼ିଯାଏ। ନିଜର ଆର୍ôଥକ ଦକ୍ଷତା ଓ ଦୀର୍ଘକାଳୀନ ଲକ୍ଷ୍ୟକୁ ସୁହାଇବା ଭଳି ସନ୍ତୁଳନ ହାସଲ କରନ୍ତୁ।ଶେଷରେ, ଋଣ ଅନୁମୋଦନ ହୋଇଥିବା ପରେ ଆର୍ôଥକ ଶୃଙ୍ଖଳା ବଜାୟ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଜରିମାନା ଓ ନିଜ କ୍ରେଡିଟ ସ୍କୋର ଉପରୁ ନକାରାତ୍ମକ ପ୍ରଭାବ ଏଡ଼ାଇବା ଲାଗି ଠିକ ସମୟରେ ଇଏମଆଇ ପଇଠ କରନ୍ତୁ। ଏକ ବଜେଟ ପ୍ରସ୍ତୁତ କରନ୍ତୁ ଯାହା ଜରିଆରେ ଆପଣ ଋଣ ପରିଶୋଧ ଓ ଅତ୍ୟାବଶ୍ୟକ ଖର୍ଚ୍ଚ ତୁଲାଇପାରିବେ ଏବଂ ଜରୁରୀକାଳୀନ ପାଣ୍ଠି ଗଠନ କରନ୍ତୁ ଯାହା ଆପଣଙ୍କୁ ଅଭାବନୀୟ ଆର୍ôଥକ ଆହ୍ୱାନ ସମୟରେ ସୁରକ୍ଷା ପ୍ରଦାନ କରିବ ବୋଲି ଜଗଦୀପ ପରାମର୍ଶ ଦେଇଛନ୍ତି।ଆର୍ôଥକ ସ୍ୱାଧୀନତା ହାସଲ କରିବା ପାଇଁ ସୁଚିନ୍ତିତ ଯୋଜନା ଓ ପରିଚାଳନା ଶୃଙ୍ଖଳା ଆବଶ୍ୟକ। ନିଜର ଆର୍ôଥକ ପ୍ରସ୍ତୁତିର ଅନୁଶୀଳନ କରିବା, ସଠିକ ଋଣ ଉତ୍ପାଦ ଚୟନ କରିବା, ଏକ ଉପଯୁକ୍ତ ପରିଶୋଧ ବିକଳ୍ପ ଚୟନ, ସରକାରୀ ସ୍କିମର ଲାଭ ହାସଲ ଏବଂ ଆର୍ôଥକ ଶୃଙ୍ଖଳା ବଜାୟ ରଖି ଭାରତରେ ପ୍ରଥମ ଥର ଋଣ ନେଉଥିବା ଗ୍ରାହକମାନେ ଆର୍ôଥକ ଭବିଷ୍ୟତକୁ ସୁରକ୍ଷିତ ରଖିବା ସହ ଘର ମାଲିକାନା ସ୍ୱପ୍ନ ପୂରଣ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ