୫ଟି ହାଇସ୍କୁଲ ପରିସରରେ ପାଣି, ଯାତାୟତ କରିପାରୁନାହାନ୍ତି ଛାତ୍ରଛାତ୍ରୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ଗଣେଶ ପ୍ରସାଦ-ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ, ଏରେଣ୍ଡେଇ, ଗୋବିନ୍ଦପୁର ପରିସରରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ୪ ଦିନ ଧରି ଲଘୁଚାଷ ଜନିତ ବର୍ଷା ହେବା ଯୋଗୁ ଏଭଳି ସମସ୍ୟା ଦେଖାଯାଇଥିବା ଜଣାଯାଇଛି । ଏନେଇ ଗତ ୨ ଦିନ ଧରି ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ôଚ ପାଟିତୁଣ୍ଡ କରୁଥିବା ଦେଖାଯାଇଛି । ପ୍ରକାଶ ଯେ, ପୂର୍ବ ରାଜ୍ୟ ସରକାର ହାଇସ୍କୁଲ ଗୁଡିକୁ ୫ଟିରେ ଅନ୍ତର୍ଭୁକ୍ତ କରାଇ ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ କାର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ । ଏସବୁ କାର୍ଯ୍ୟକୁ ଠିକାଦାରଙ୍କ ମାଧ୍ୟମରେ କରାଯାଇଥିଲା । ମାତ୍ର ପ୍ରଶାସନିକ ଅବହେଳ ଯୋଗୁ କୌଣସି ଗୋଟିଏ ସ୍କୁଲରେ ଠିକ୍ ଭାବେ କାର୍ଯ୍ୟ ହୋଇନଥିବା ଦେଖାଯାଇଛି । ଏପରିପେକ୍ଷୀରେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଗଣେଶ ପ୍ରସାଦ-ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ, ଏରେଣ୍ଡେଇ, ଗୋବିନ୍ଦପୁରକୁ ୫ଟିରେ ଅନ୍ତୁର୍ଭୁକ୍ତ କରାଯାଇ ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ କାର୍ଯ୍ୟ କରାଯାଇଥିଲା । ଗତ ୧ ବର୍ଷ ତଳେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବିଦ୍ୟାଳୟର ସ୍ଥାୟୀ ପାଚେରୀ ଓ ଫାଟକ କାର୍ଯ୍ୟ କରାଯାଇନଥିଲା । ଅପରପକ୍ଷେ ସଂପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ନୂଆ ଫାଟକ ତିଆରି କରାଯିବ କହି ବିଦ୍ୟାଳୟର ମୁଖ୍ୟ ଫାଟକଟିକୁ ଭାଙ୍ଗି ଦିଆଯାଇଥିଲା । ମାତ୍ର ନୂଆ ଫାଟକ ତିଆରି କରାଯାଇନଥିଲା । ଏହି ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେଉଥିବାରୁ ଚଳିତ ମାଟ୍ରିକ ପରୀକ୍ଷା ପୂର୍ବରୁ ବିଦ୍ୟାଳୟ ପକ୍ଷରୁ ବାଧ୍ୟ ହୋଇ କାଠରେ ନିର୍ମିତ ଏକ କାମ ଚଳା ଫାଟକ ତିଆରି କରାଯାଇଥିଲା । ଏବେ ସେହି କାଠ ଫାଟକରେ କାମ ଚଳୁଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଲୁହାଗ୍ରୀଲରେ ଏକ ଅସ୍ଥାୟୀ ଫାଟକ ତିଆରି ଚାଲିଥିବା ଜଣାଯାଇଛି । ସେହିପରି ବିଦ୍ୟାଳୟ ପରିସର ଓ ଫାଟକ ନିକଟରେ ଖାଲ ଥିବାରୁ ବର୍ଷା ଦିନେ ଏଠାରେ ପାଣି ଜମି ରହୁଛି । ଫଳରେ ଛାତ୍ରଛାତ୍ରୀ ମାନେ ଯାଆସ କରି ପାରୁନାହାନ୍ତି । ପାଣିରେ ପସି ଯିବା ଆସିବା କରିବା ଦ୍ୱାରା ପିଲା ମାନେ ନାନାଦି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ତେବେ ଏସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉପର ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି । ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ପାଠ ପଢୁôଥିବାରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଭିଭାବକ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ