ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୧୦ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ୬୮ ନଂ ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ , ସରପଞ୍ଚ ଜନାର୍ଦ୍ଦନ ସେଠି ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଦ୍ୟାଳୟସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତଯୋଗୀଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସକାଶେ ମନୋନୀତ କରାଯିବା ସହ ଅତିଥି ମାନଙ୍କ ସ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସିବିଏସଇ ବୋର୍ଡ ଦ୍ୱାରା ପରିଚାଳିତ ଗତବର୍ଷ +୨ ପରୀକ୍ଷାରେ ବିଜ୍ଞାନରେ ବିଦ୍ୟାଳୟରେ ଟପ୍ପର ଆଖ୍ୟା ଅର୍ଜନ କରିଥିବା ଛାତ୍ରୀ ସୁହାଳି ସାବତ, ବାଣିଜ୍ୟ ଟପ୍ପର ଶୃତି ମହାରଣା, ୧୦ମ ଶ୍ରେଣୀ ଟପ୍ପର ସୁପ୍ରିୟା ସେଠିଙ୍କ ସହ ୨୦୨୧-୨୨ ଶିକ୍ଷାବର୍ଷର ଛାତ୍ରୀ ଡି. ସୁକନ୍ୟା ଦୋରା ନିଟ୍‌- ୨୪ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଶିକ୍ଷାର୍ଥୀ ଓ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ