ପାଟପୁରରେ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ କବାଡି ଓ ଯୋଗାସନ ପ୍ରତିଯୋଗିତା

ସାନଖେମୁଣ୍ଡି,( ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂୟ କ୍ରୀଡା ସଂଗଠନ ତରଫରୁ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂୟ କବାଡି ଓ ଯୋଗାସନ ପ୍ରତିଯୋଗିତା ପାଟପୁର ମିନି ଷ୍ଟାଡ଼ିଅମରେ ପ୍ରଥମ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ୧୪ ଓ ୧୭ ବର୍ଷ ରୁ କମ ଛାତ୍ର ଓ ଛାତ୍ରୀ ବିଭିନ୍ନ ବ୍ଲକର କୃତୀ ମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧ୍ୟାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ବକ୍ତା ରୂପେ ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ , ସମ୍ମାନୀତ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲିଙ୍ଗରାଜ ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ୍ କୁମାର ପ୍ରଧାନ ଓ ଚିତ୍ତ ରଞ୍ଜନ ପାଣ୍ଡେ ,ପାଟପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ମହାରଣା,ଅଧ୍ୟାପକ ଡ.କୈଳାଶ ଚନ୍ଦ୍ର ସ୍ୱାଇଁ ମଞ୍ଚାସୀନ ହୋଇଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡାର ଶୁଭାରମ୍ଭ କରିଥିଲେ।ଶ୍ରୀମତୀପ୍ରଭାତୀମହାପାତ୍ର ,ଶାରୀରିକ ଶିକ୍ଷା ଅନୁ ନିରୀକ୍ଷକ୍ ଶ୍ରୀ ଭାଗିରଥି ସ୍ୱାଇଁ ମଞ୍ଚ ପରିଚଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର,ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ,ଏସ ଗୋପାଳପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ ପ୍ରମୁଖ ଉପସ୍ଥିତି ଥିବାବେଳେ ,ଏଥିରେ ସାନଖେମୁଣ୍ଡିର ସମସ୍ତ( ପି.ଇ.ଟି,) ଶାରୀରିକ ଶିକ୍ଷକ, ସି.ଆର.ସି.ସି ,ଶିକ୍ଷକ,ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ।ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆସନ୍ତା ୨୧ ତାରିଖ ରେ ଉଦଯାପନି ହେବାକୁ ଥିବାବେଳେ ଶେଷ ଦିନବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜିଲ୍ଲାସ୍ତରୀୟ ଅଧିକାରୀ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ତ ପ୍ରତିଯୋଗୀ ପୁରସ୍କୃତ ସମ୍ମାନିତ କରାଯିବା ନେଇ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ