ନନ୍ଦନକାନନରୁ ଆଣି ମୃଗପାର୍କରେ ଛଡାଗଲା ୧୩ ମୃଗ

ନିମାପଡ଼ା,( ସନ୍ତୋଷ ଦାଶ) :ପୁରୀ – କୋଣାର୍କ ବେଳାମାର୍ଗର ବାଲୁଖଣ୍ଡ ଅଭୟାରଣ୍ୟର ଜମରା ମୌଜା ଅନ୍ତର୍ଗତ ଖଣ୍ଡିଆନଈ ଠାରେ ଥିବା କୃଷ୍ଣସାର ମୃଗ ପାର୍କ କୁ ଆସିଛନ୍ତି ପୁଣି ୧୩ କୃଷ୍ଣ ସାର ମୃଗ। ନନ୍ଦନକାନନରୁ ଗତକାଲି ୭ ଟି ଅଣ୍ଡିରା ଓ ୬ ଟି ମାଇ କୃଷ୍ଣସାର ମୃଗ ଅଣାଯାଇ ସଫାରୀରେ ଛଡ଼ା ଯାଇଛି। ପୁର୍ବରୁ ଗତ ଜୁନ ୧୮ ତାରିଖ ରେ ସମୁଦାୟ ୧୦ ଟି କୃଷ୍ଣ ସାର ମୃଗ ଭୁବନେଶ୍ୱର ର ନନ୍ଦନକାନନ ରୁ ସ୍ଵତନ୍ତ୍ର ଗାଡ଼ି ଯୋଗେ ଏଠାକୁ ଅଣାଯାଇ ଛଡା ଯାଇଥିଲା। କୃଷ୍ଣ ସାର ମୃଗ ଦିନକୁ ଦିନ ଲୋପ ପାଇବାକୁ ବସିଥିବାରୁ ଏ ମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ବନ ବିଭାଗ ଏକ ଯୋଜନା ହାତକୁ ନେଇଛି। ପୂର୍ବରୁ ବାଲୁଖଣ୍ଡ ଅଭୟାରଣ୍ୟ ରେ ଶହ ଶହ ମୃଗ ରହିଥିଲେ। ଫନୀ ବାତ୍ୟା ରେ ଏମାନଙ୍କ ବଂଶ ଲୋପ ପାଇଛି ବୋଲି ବିଶ୍ୱାସ କରାଯାଉଛି। ଏଣୁ ପୁଣି ଥରେ ବାଲୁଖଣ୍ଡ ଅଭୟାରଣ୍ୟ ରେ କୃଷ୍ଣ ସାର ମୃଗ ଙ୍କ ବଂଶ ବିସ୍ତାର କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ