ପୋଲସରା ଓ ବୁଗୁଡା ଦେଇ ରେଲପଥ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ ।

ବୁଗୁଡା, (ଅନିଲ କୁମାର ମହାରଣା) : ଗୋପାଳପୁର ଠାରୁ ରେଢ଼ାଖୋଲ ପର୍ଯ୍ୟନ୍ତ ରେଲପଥ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ ହୋଇସାରିଛି। ଗୋପାଳପୁର – ରେଢ଼ାଖୋଲ ରେଳପଥ ଆସ୍କା, ଭଞ୍ଜନଗର ଓ ଫୁଲବାଣୀ ଦେଇ ଯିବାକୁ ଠିକ୍ ହୋଇଛି। ପୋଲସରା ଓ ବୁଗୁଡା ବ୍ଲକ ଦେଇ ରେଳପଥ ଯିବାର କୌଣସି ପ୍ରସ୍ତାବ ଗ୍ରହଣ କରାଯାଇନାହିଁ। ଓଡିଶା ଡଭଲମେଣ୍ଟ ଫୋରମ ସଭାପତି ରାମ ପ୍ରସାଦ ତ୍ରିପାଠୀ ଏକଦା ବୁଗୁଡା ଆସି ବୁଗୁଡା, ପୋଲସରା, ତାରାତାରିଣୀ ଦେଇ ଗୋପାଳପୁର ଠାରୁ ନୟାଗଡ଼ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ରାଜନୈତିକ ନେତା ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ଯାଇଥିଲେ। ଏଥିପାଇଁ ଶ୍ରୀ ତ୍ରିପାଠୀ ମଧ୍ୟ ରେଳମନ୍ତ୍ରୀଙ୍କୁ ବହୁଥର ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ସ୍ଥାନୀୟ ନେତାଙ୍କ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ତାହା ସମ୍ଭବ ହୋଇପାରିନାହିଁ। ବର୍ତ୍ତମାନ ଓଡ଼ିଶାରେ ବିଜେପି ସରକାର ଥିବା ବେଳେ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ଅଛନ୍ତି। ସ୍ଥାନୀୟ ବିଧାୟକ ଗୋକୁଳାନନ୍ଦ ମଳିକ ବିଜେପି ରୁ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି। ସେହିପରି ସ୍ଥାନୀୟ ସାଂସଦ ଅନିତା ଶୁଭଦର୍ଶିନୀ ମଧ୍ଯ ବିଜେପି ରୁ ନିର୍ବାଚିତ ହୋଇଛନ୍ତି। ଓଡିଶାରୁ ରାଜ୍ୟସଭା ସାଂସଦ ଭାବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିର୍ବାଚିତ ହୋଇଯାଇଛନ୍ତି। ଏହା ଏକ ଅପୂର୍ବ ସଂଯୋଗ ଥିବା ବେଳେ ଏହାର ସୁଯୋଗ ହାତଛଡା କଲେ ପୋଲସରା ଓ ବୁଗୁଡା ଅଞ୍ଚଳ ବୋଧହୁଏ ରେଳପଥ ଦେଖିବା ସ୍ୱପ୍ନରେ ରହିଯିବ। ମାନ୍ୟବର ଆସ୍କା ସାଂସଦ ଓ ମାନ୍ୟବର ପୋଲସରା ବିଧାୟକ ତଥା ମନ୍ତ୍ରୀ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ବୃନ୍ଦ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ରେଳ ବିଭାଗ ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଚାପ ପକାଇଲେ ଗୋପାଳପୁର – ନୟାଗଡ଼ ଭୟା ପୋଲସରା ଓ ବୁଗୁଡା ରେଳପଥ ନିଶ୍ଚିତ ନିର୍ମାଣ ହୋଇପାରିବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ