ଲକ୍ଷ୍ମୀଧର ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ପ୍ରତିଷ୍ଠାତା ସାଧାରଣ ସଂପାଦକ ତଥା ରାଜ୍ୟ କମିଟିର ଉପସଭାପତି, ବରିଷ୍ଠ ସାମ୍ବାଦିକ, ସ ମାଜସେବୀ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା ମଞ୍ଚର ନିଜସ୍ୱ କାର୍ଯ୍ୟାଳୟରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ଦାମୋଦର ନାୟକଙ୍କ ସମେତ ଗୌରାଙ୍ଗ ପାଣିଗ୍ରାହୀ, ଅର୍ଚ୍ଚନା ନନ୍ଦୀ, ଗିରୀଶ ଚନ୍ଦ୍ର ଦାଶ, ଅନ୍ତର୍ଯ୍ୟାମୀ ପ୍ରଧାନ, ସୀତାରାମ ପ୍ରଧାନ, ନିରଞ୍ଜନ ପରିଡ଼ା, ଅକ୍ଷୟ କୁମାର ତ୍ରିପାଠୀ, କମଳାକାନ୍ତ ବେହେରା, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଶତୃଘ୍ନ ମଲ୍ଲିକ, ଡ. ପଦ୍ମଲୋଚନ ପାତ୍ର, ଡ. କ୍ଷିତୀଶ୍ୱର ଦାଶ, ଶରତ କୁମାର ବିଶ୍ୱାଳ, ବୀରେନ୍ଦ୍ର କୁମାର ନାୟକ, ରମେଶ ଚନ୍ଦ୍ର ଜେନା, ବେଣୁଧର ସାହୁ, ଲକ୍ଷ୍ମୀନାରାୟଣ ଘୋଷ ପ୍ରମୁଖ ସ୍ୱର୍ଗତ ବେହେରାଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରି ତାଙ୍କର ସାଂଗଠନିକ ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ । ସେ ସମାଜପାଇଁ ଏକ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ଥିଲେ ବୋଲି ବକ୍ତାମାନେ ମତପ୍ରଦାନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପପ୍ରଦାନ କରି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ମଞ୍ଚର ଅନ୍ୟତମ ବରିଷ୍ଠ ସଦସ୍ୟ ସ୍ୱର୍ଗତ ବ୍ରହ୍ମାନନ୍ଦ ଦାସଙ୍କ ଦ୍ୱାଦଶାହରେ ତାଙ୍କ ସ୍ମୃତିପ୍ରତି ଶ୍ରଦ୍ଧା ନିବେଦନ କରାଯାଇଥିଲା । ଦୁଇ ଦିବଂଗତ ବନ୍ଧୁଙ୍କର ସ୍ୱପ୍ନକୁ ସାକାର କରିବାପାଇଁ ବାଲେଶ୍ୱରରେ ଏକ ଜରାନିବାସ ପ୍ରତିଷ୍ଠା ନିମିତ୍ତ ଉଦ୍ୟମ କରାଯିବ ବୋଲି ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାରେ ନିଷ୍ପତ୍ତି ନିଆଯାଇଛି । ଯଶୋଦାନନ୍ଦନ ଆଶ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ