ସାଂସଦଙ୍କୁ ଭେଟିଲେ କଲେଜ ଛାତ୍ର

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ସାଂସଦ ଅନନ୍ତ ନାୟକ ଆଜି ଭଦ୍ରକ ଜିଲ୍ଲା ଗ୍ରସ୍ଥ ସମୟରେ ହାଟଡିହି ଠାରେ ୫୦ ରୁ ଉର୍ଦ୍ଧ ଛାତ୍ର ସାଂସଦଙ୍କୁ ଭେଟି କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ରୁଦ୍ର ପ୍ରସାଦ ଜେନା, ଭବାନୀ ଶଙ୍କର ନାୟକ, ଅବିନାଶ ସେଠୀ, ଅମରଜିତ ବେହେରା, ଆକାଶ ନାୟକ, ଅରୁପାନନ୍ଦ ସେଠୀ, ସୌରଭ କୁମାର ରାଉତ, ସୌମେନ୍ଦ୍ର ନାୟକ, ଚିନ୍ମୟ ଜେନା, ପ୍ରଭାତ କୁମାର ସାମ ସତ୍ୟବ୍ରତ ରାଉତ, ରବିନ୍ଦ୍ର ବିନ୍ଧାଣି , ରାଜେନ୍ଦ୍ର ମଣ୍ଡଳ, କିରଣ ଜେନା, ବାଦଲ ନାୟକ ପ୍ରମୁଖ ଛାତ୍ରମାନେ କଲେଜରେ ଖେଳପଡିଆ, ଛାତ୍ରଛାତ୍ରୀଙ୍କ ପାଇଁ ପରିଶ୍ରାଗାର, ଅଧିକ ଶ୍ରେଣୀଗୃହ ଓ କଲେଜ ରାସ୍ତା ନିର୍ମାଣ ନେଇ ସଂସଦଙ୍କ ସହିତ ଆଲୋଚ଼ନା କରିଥିଲେ। ଏହି ସମୟରେ ବିଜେପି ନେତା ଆଲୋକ ସେଠୀ, ତୃପ୍ତିମୟୀ ଜେନା, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜଗତ ଜୀବନ ରାମ ଗୋଲାମ ଦେବତା, ପ୍ରଦୀପ ନାୟକ, ପ୍ରଫୁଲ ପ୍ରଧାନ, ଅଶୋକ ପ୍ରଧାନ, ହରମୋହନ ଶାସିନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ