ବ୍ଲକସ୍ତରୀୟ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ଭାଷାଜ୍ଞାନ ପ୍ରବନ୍ଧ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ କୃତକାର୍ଯ୍ୟ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ଆଜି ପୁରସ୍କାର ବଣ୍ଟନ କରାଯାଇଛି । ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ମୋହନ ଚ଼ରଣ ମହାନ୍ତି, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତି, ଶିକ୍ଷକ ମାଧବାନନ୍ଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ.ଓଡିଆ ଭାଷା ସାହିତ୍ୟର ସୁରକ୍ଷା ପ୍ରତି ସମସ୍ତଙ୍କ ଅବଦାନ ରହିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସମ୍ବାଦ ଆମ ଓଡିଶାର ଏପରି ଅଭିନବ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ। ଏହି ଅବସରରେ ଚିତ୍ରାଙ୍କନରେ ସାଇ ପ୍ରତୀକ ଜେନା, ସ୍ନେହାଶୁଂ ଶେଖର ରାଉତ, ରାଜେନ୍ଦ୍ର ଖଣ୍ଡେଇ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ ରାଜଶ୍ରୀ ରାଜଲକ୍ଷ୍ମୀ ରଣା, ପ୍ରୀୟଙ୍କା ମଲ୍ଲିକ, ଲକ୍ଷ୍ମୀ ଦାସ , ଓଡିଆ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗୀତାରେ ସତ୍ୟଜିତ ସାହୁ, ସୁଶାନ୍ତ ମହାନ୍ତି ଓ ଶୁଭମ ବେହେରା ପ୍ରମୁଖଙ୍କୁ ମାନପତ୍ର ଓ ପୁରସ୍କାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିବର୍ଷ ପରି ଚ଼ଳିତ ବର୍ଷ ମଧ୍ୟ ଶିକ୍ଷାବିତ ମୋହନ ଚ଼ରଣ ମହାନ୍ତି ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ‘ଆଟ୍ଲାସ ମାନଚିତ୍ର ବହି’ ଗୋଟିଏ ଲେଖାଏଁ ପୁରସ୍କାର ଭାବେ ପ୍ରଦାନ କରିଥିଲେ। ଶିକ୍ଷକ ପଦ୍ମନାଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଲକ୍ଷ୍ମୀକାନ୍ତ ମିଶ୍ର, ଶାନ୍ତନୁ ରାଉତ, ପ୍ରଦୀପ ସ୍ୱାଇଁ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ବାଳ, ସାମ୍ୱାଦିକ ବିକାଶ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ