ଗୋଟିଏ ଗଛ ମା ଙ୍କ ନାମରେ କାର୍ଯ୍ୟକ୍ରମ ଆୟୋଜିତ

ମୋହନା, (ଅଂଶୁମାନ ପଣ୍ଡା):ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଖାଇବା ସକାଶେ ଜନ ମାନସ ରେ ବ୍ୟାପକ ସ୍ତରରେ ଜନ ସଚେତନ ସୃଷ୍ଟି କରାଇବାକୁ ଜୋର ଦେବା ସହ ଦେଶର ଉତ୍ପାଦନ କ୍ଷମତା ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ସକୋରାତମକ ପ୍ରଭାବ ପକେଇବା ଉଦେଶ୍ୟରେ ଭାରତ ସରକାର ଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରୀୟ କାର୍ଯାଳୟ ବ୍ରହ୍ମପୁର ତଥା ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ମୋହନା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍‌ ଭାବେ ମୋହନା ବିଧାୟକ ଶ୍ରୀ ଦାଶରଥ୍ ଗମାଙ୍ଗ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଏକ ବିଶାଳ ଜନ ସଚେତନା ପଦଯାତ୍ରା ବ୍ଲକ ମୁଖ୍ୟାଳୟ ରୁ ବାହାରି କଲ୍ୟାଣ ମଣ୍ଡପ ରେ ପହଞ୍ଚିଥିଲା । ଏହି ପଦ ଯାତ୍ରାରେ ଶୋତାଧ‌ିକ ମହିଳା ଯୋଗ ଦେଇଥିଲେ । ଅନ୍ୟାନ୍ୟ ସମ୍ମାନିତ ଅତିଥ୍‌ ଭାବେ ବ୍ଲକ ଉପାଧ୍ଯାକ ଶ୍ରୀମତୀ ବାଲମୀନା ଅକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ମନୋରମା ଦେବୀ, ମୋହନା ବିଡ଼ିଓ ଶ୍ରୀ ରାଜୀବ ଦାଶ, ମୋହନା ଅତିରିକ୍ତ ବିଡ଼ିଓ ଶ୍ରୀ ରମାକାନ୍ତ ଚୌଧୀରି, ସିଢ଼ିପିଅ ଶ୍ରୀମତୀ ସବିତା ପଟ୍ଟନାୟକ, ମେଡିକାଲ ଅଫିସର ଡଃ ଜୟକୁମାର ପଣ୍ଡା,ପିସ ଅନୁଷ୍ଠାନ ର ସଭାପତି ଶ୍ରୀ ଭିକାରି ଚରଣ ବେହେରା ଇତ୍ୟାଦି ଯୋଗ ଦେଇଥିଲେ। ପୃଷ୍ଟିକର ଖାଦ୍ୟ ବର୍ତ୍ତମାନ ଏବଂ ଆଗାମୀ ପିଢ଼ି ମାନଙ୍କ ବଂଚିବା, ଉତ୍ତମ ସ୍ବାସ୍ଥ୍ୟ ରହିବା ଏବଂ ସେମାନଙ୍କର ହେବ ବୋଲି ମୁଖ୍ୟ ଅତିଥ୍ ଶ୍ରୀ ଗମାଙ୍ଗ ମତ ବ୍ୟକ୍ତ କରିଥିଲେ। ଯେଉଁ ଶିଶୁ ମାନେ କମ ଓଜନ ସହ ଜନ୍ମ ନେଇଥାନ୍ତି ସେମାନଙ୍କ ଠାରେ ରୋଗ ପ୍ରତିରୋଧକ କ୍ଷମତା ସଂଚାଳନ କାର୍ଯ୍ୟ ଦୁର୍ବଳ ସୃଷ୍ଟି ହୁଏ ଏବଂ ସେମାନେ ବିଭିନ୍ନ ରୋଗ ଯଥାମଧୁମେୟ ତଥା ହୃଦରୋଗାଗ୍ରସ୍ତ ଆଦି ଜୀବନର ପରବର୍ତୀ ଅବସ୍ଥାରେ ଶିକାର ହୋଇଥାନ୍ତି ବୋଲି ମୁଖ୍ୟବକ୍ତା ମେଡିକାଲ ଅଫିସର ଡଃ ଜୟକୁମାର ପଣ୍ଡା ଆଲୋଚନା କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧୁକାରିଣୀ ମନୋରମା ଦେବୀ ପୋଷଣ ତତ୍ତ୍ବ ର ବିଭିନ୍ନ ଦିଗକୁ ଆଲୋଚନା କରିଥିଲେ। ସିଡ଼ିପିଓ ଶ୍ରୀମତୀ ସବିତା ପଟ୍ଟନାୟକ ମଧ୍ୟ ସୁଚ୍ଛତା ର ବାର୍ଷା ଦେବା ସହ ଗର୍ଭବତୀ ମା ଓ ଶିଶୁ ମାନଙ୍କୁ ଉପଯୁକ୍ତ ପୋଷଣ ତତ୍ତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ।ପ୍ରାକ କାର୍ଯ୍ୟକ୍ରମ ପ୍ରସ୍ତୁତି ଅବସରରେ ସରସ୍କୃତୀ ବିଦ୍ୟା ମନ୍ଦିର ପ୍ରାଙ୍ଗନରେ ଚାରା ଗଛ ରୋପଣ କରାଯାଇଥିଲା ଏବଂ ଏସଏଚଜି ମା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ କୃତି ପ୍ରତିଯୋଗିନୀ ମାନଙ୍କୁ ଅତିଥୁ ମାନଙ୍କୁ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ର ସହକାରୀ ଅଧୁକାରୀ ଶ୍ରୀ ଜୀବନ କୁମାର ସାମନ୍ତ ସିଂହାର ଅଧ୍ୟକ୍ଷତା କରିବା ସହ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଶେଷ ରେ ଶ୍ରୀ ଭିକାରି ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପ୍ରମୋଦ ସାବତ ଏବଂ ବ୍ଲକ ପ୍ରଶାସନ ତଥା ଆଇ ସି ଡି ଏସ ମୋହନା ର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ