ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ହେଲେ ବିଶ୍ୱଭୂଷଣ ମହାପାତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତକାଲି ବିଳମ୍ବିତ ରାତ୍ରିରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ତାଲିକା ପ୍ରକାଶ ପାଇଛି । ଏଥିରେ ପ୍ରତ୍ୟେକ ରାଜ୍ୟରୁ ସଂଗଠନ, ଆନ୍ଦୋଳନ ଓ ଛାତ୍ରମାନଙ୍କ ସହ ଜଡ଼ିତ ଛାତ୍ରନେତା ମାନଙ୍କୁ ଚୟନ କରାଯାଇଛି । ଓଡ଼ିଶାରୁ ଏକମାତ୍ର ଛାତ୍ରନେତା ବିଶ୍ୱଭୂଷଣ ମହାପାତ୍ରଙ୍କୁ ରାଷ୍ଟ୍ରୀୟ ସଂଯୋଜକ ଭାବେ ଚୟନ କରିଛନ୍ତି ରାଷ୍ଟ୍ରୀୟ ସଭାପତି ବରୁଣ ଚୌଧୁରୀ । ବିଶ୍ୱଭୂଷଣ ଜଣେ ଆଗଧାଡ଼ିର ଛାତ୍ରନେତା । ସେ ବହୁ ଛାତ୍ର ଆନ୍ଦୋଳନ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ । ଏପରିକି ଜାତୀୟସ୍ତରରେ ସିଏଏ, ଏନ୍‌ଆରସି, ଏନ୍‌ପିଆର ଆନ୍ଦୋଳନ, ଚାଷୀ ଆନ୍ଦୋଳନ, ଭାରତ ଯୋଡ଼ ଯାତ୍ରାରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ତାଙ୍କର ଏହିସବୁ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ମିଛ ମାମଲାରେ ପୋଲିସ୍ ଅନେକ ଥର ଗିରଫ କରିଛି ।ଶ୍ରୀ ମହାପାତ୍ର କେନ୍ଦ୍ରାପଡ଼ା ଜିଲ୍ଲା ଡ଼େରାବିଶ କଲେଜରୁ ନିର୍ବାଚରେ ବିଜୟୀଲାଭ କରି ନିଜର ଛାତ୍ର ରାଜନୀତି ଆରମ୍ଭ କରି ପରବର୍ତ୍ତୀ ସମୟରେ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ପ୍ରଦେଶ ଛାତ୍ର କଂଗ୍ରସ ତରଫରୁ ଶ୍ରୀ ମହାପାତ୍ର ମୁଖ୍ୟ ମୁଖପାତ୍ର ଭାବେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ବିଶ୍ୱଭୂଷଣଙ୍କୁ ବର୍ତ୍ତମାନ ଜାତୀୟ ରାଜନୀତିରେ ଗୁରୁ ଦାୟିତ୍ୱ ମିଳିଥିବାରୁ ଶ୍ରୀ ମହାପାତ୍ର ବିରୋଧୀ ଦଳ ନେତା ଶ୍ରୀମାନ ରାହୁଲ ଗାନ୍ଧୀ, କହ୍ନେୟା କୁମାର, ବରୁଣ ଚୌଧୁରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ