ପୋଲସରାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସେପ୍ଟେମ୍ବର ୨୦ ତାରିଖ ଦିନ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ପୋଲସରା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ତତ୍ତ୍ୱାବଧାନରେ ସମସ୍ତ ବିଭାଗୀୟ କର୍ମଚାରୀ, ସାନିଟାରୀ ଏକ୍ସଫୋର୍ଟ , ସ୍ୱଚ୍ଛସାଥି ବୃନ୍ଦ, ସୁପରଭାଇଜର ବୃନ୍ଦ ହାତରେ ଝାଡୁ, କୋଡ଼ି ଓ କୋଦାଳ ଧରି ସ୍ବଛତା ହିଁ ସେବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଣୀପଡାର କୁଣ୍ଡବନ୍ଧର ଅଳିଆ ଆବର୍ଜନାକୁ ସଫା କରିଥିଲେ। ସମସ୍ତ କର୍ମଚାରୀ ପୋଖରୀ ଚାରିପଟେ ପଡ଼ି ରହିଥିବା ବିଭିନ୍ନ ଅଳିଆ ସଫା ସୁତୁରା କରିବା କାର୍ଯ୍ୟରେ ନିଜେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମାଝୀ ହାତରେ କୋଡ଼ି ଧରି କୁଣ୍ଡବନ୍ଧର ଚତୁର୍ଦିଗରେ ଥିବା ଅଳିଆ, ଆବର୍ଜନା, ଲତାବୁଦାକୁ ପରିସ୍କାର କରିଥିଲେ। ପୋଲସରା ସହରର ସ୍ଵଚ୍ଛତା ଓ ସୌନ୍ଦର୍ଯ୍ୟକରଣ ପାଇଁ ଘରୁ ବାହାରୁ ଥିବା ଓଦା ଓ ଶୁଖିଲା ଅଳିଆକୁ ବାହାରେ ନ ପକାଇ ଦୁଇଟି ଡ଼ଷ୍ଟବିନ୍ ରେ ରଖି ଏନ୍ଏସି ଅଳିଆ ବୁହା ଗାଡ଼ିରେ ପକାଇବା ପାଇଁ ସଚେତନତା ସୃଷ୍ଟି କରିଥିଲେ। ଉକ୍ତ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ପ୍ରୋଜେକ୍ଟ ସଂଯୋଜକ ଚନ୍ଦନ ପୋଲାଇ , ସ୍ମୃତି ରଞ୍ଜନ ଷଡ଼ଙ୍ଗୀ , ବାଳକୃଷ୍ଣ ବେହେରା, ଶ୍ରୀପଦ ମାହାନ୍ତି , ଭଗବାନ ପ୍ରଧାନ , ଜିତୁ ସାହୁ , ସାନିଟାରୀ ଏକ୍ସଫୋର୍ଟ ତେଜେଶ୍ବନୀ ନାୟକ, ସୁପରଭାଇଜର୍ ଜେ. ଅର୍ପର୍ଣ୍ଣା ଆଚାରୀଙ୍କ ସମେତ ସମସ୍ତ ସ୍ୱଚ୍ଛସାଥି ଓ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ