ବଛାଳୋ ପଂଚାୟତରେ ପଂଚାୟତସ୍ତରୀୟ ଜନ ଶୁଣାଣି ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ବଛାଳୋ ପଂଚାୟତରେ ପଂଚାୟତସ୍ତରୀୟ ଜନ ଶୁଣାଣି ଶିବିର ଶୁକ୍ରବାର ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୮୩ ଟି ଅଭିଯୋଗ ପଂଜୀକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବାଧିକ ୩୦ଟି,ପାନୀୟ ଜଳରେ ୫ଟି, ଖାଦ୍ୟ ସୁରକ୍ଷା ଯୋଜନାରେ ୫ଟି, ଜମିଜମା ସଂପର୍କିତ ୩ଟି, ଭତାରେ ୭ଟି, ଶିକ୍ଷାରେ ୩ଟି, ପିଏମ କିଷାନ ୧ଟି, ବ୍ୟାଟେରୀ ଚାଳିତ ଗାଡିରେ ୧ଟି, ଗ୍ରାମ୍ୟ ସମସ୍ୟା ୮ଟି, ଶୌଚାଳୟ ରେ ୧୦ଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ଭାବେ ୩ଟି ଅଭିଯୋଗ ଆସିଥିଲା । ଏହି ଶିବିରରେ ବିଡିଓ ତପନ କୁମାର ମହାପାତ୍ର, ଏବିଡିଓ ଦେବେନ୍ଦ୍ର ପ୍ରଧାନ, ସିଡିପିଓ ବାସନ୍ତୀ ମାଇନ, ସରପଂଚ ପ୍ରିୟଦର୍ଶିନୀ ଲେଙ୍କା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶନ୍ନ ପରିଡାଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ