୧୭ ବର୍ଷରୁ କମ କବାଡି ଖେଳରେ ରାଜ୍ୟ ସ୍ତରକୁ ମନୋନୀତ ହେଲେ ସ୍ୱୟଂ ପ୍ରକାଶ

ହାଟଡିହି, (ବିକାଶ ବିଶ୍ୱାଳ):ବର୍ଷରୁ କମ ବାଳକ ବିଭାଗ କବାଡି ଖେଳରେ ଟି ଏମ ଏକାଡ଼େମୀ ଡଅଁରର ଛାତ୍ର ସ୍ୱୟଂ ପ୍ରକାଶ ପ୍ରଧାନ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି। ଆଜି କେନ୍ଦୁଝର ଠାରେ ଅନୁଷ୍ଠିତ ୧୭ ବର୍ଷରୁ କମ ଜିଲ୍ଲା ସ୍ତରୀୟ ବାଳକ ବିଭାଗ କବାଡି ଖେଳରେ ସେ ଚମତ୍କାର ଖେଳ ପ୍ରଦର୍ଶନ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି। ଆସନ୍ତା ୨୭ ତାରିଖ ଠାରୁ ୨୯ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ସେ ଭାଗ ନେବେ। ଆଜିର ଏହି ସଫଳତା ପାଇଁ ଖେଳ ଶିକ୍ଷକ ଲକ୍ଷ୍ମୀଧର ଜେନା, ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ସଫଳତା କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ