ସିଦ୍ଧ ମରିଚାଣୀ ବିଦ୍ୟାପୀଠରେ ଚତୁର୍ଥ ମାସିକ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସେପ୍ଟେମ୍ବର ମାସରେ ବଗଡା ସିଦ୍ଧ ମରିଚାଣୀ ବିଦ୍ୟାପୀଠରେ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷୟିତ୍ରୀ ସରୋଜିନି ମିଶ୍ର ଓ ମଧୁସ୍ମିତା ଦିଦି ଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଏଥିରେ ସାଧନ କେନ୍ଦ୍ରର ୧୨ଟି ବିଦ୍ୟାଳୟର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଶିକ୍ଷକ/ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ/ଶିକ୍ଷିକାମାନେ ଯୋଗ ଦେଇଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଚ୍ୟୁତାନନ୍ଦ ସାମଲ “ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ” ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାମାନେ କିପରି ବହି ପଢିବେ, ଲେଖିବେ ଓ କହିବେ ସେହି ସମ୍ପର୍କରେ କଚେରୀପଡା(କ) ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଜୟାଲକ୍ଷ୍ମୀ ପ୍ରଧାନ, ଖମରପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷିକା ସନ୍ଧ୍ୟାରାଣୀ ପଣ୍ଡା, ତଳପଡା କଦମପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷିକା ସୁନନ୍ଦା ଜେନା ପ୍ରମୁଖ ଶ୍ରେଣୀଗୃହ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷକ ଧିରେନ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ