ଶ୍ରମିକ ସଂଗଠନ ପକ୍ଷରୁ କଳା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସୋମବାର କଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରମିକ ସଂଗଠନର ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ଦର୍ଶାଇଥିଲେ ଯେ ୨୦୧୯ ଶ୍ରମ ଆଇନ, ୨୦୨୦ ଶିଳ୍ପ ଆଇନ ଓ ୨୦୨୦ ସାମାଜିକ ସୁରକ୍ଷା ଆଇନ ଶ୍ରମିକମାନଙ୍କ ବିରୋଧରେ ପାରିତ ହୋଇଥିଲା । କର୍ପୋରେଟ ହାଉସକୁ ସୁହାଇଲା ଭଳି ଏହି ତିନୋଟି ଆଇନ କେନ୍ଦ୍ର ସରକାର ଆଣିଥିଲେ । ଏଗୁଡିକ ଶ୍ରମିକମାରଣ ଆଇନ ଥିଲା ।ସେହିଭଳି ୨୦୨୪ରେ ସରକାର ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଇନ ଆଣିଥିଲେ ଯାହା ଶ୍ରମିକ ବିରୋଧୀ । ଗଣତନ୍ତ୍ରରେ ଏହି ଆଇନ ଗ୍ରହଣ ଯୋଗ୍ୟ ନୁହେଁ । ଏହା ଗଣତନ୍ତ୍ର ବିରୋଧୀ । ଏହି ଆଇନ ଗୁଡିକ ଏକ ପୋଲିସ ରାଷ୍ଟ୍ର ସୃଷ୍ଟି କରିବ । ଯାହା ଫଳରେ ବ୍ୟକ୍ତିଗତ ସ୍ୱାଧୀନତା ରହିବ ନାହିଁ । ତେଣୁ ଏହି ଜଙ୍ଗଲୀ ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ଶ୍ରମିକ ନେତାମାନେ ଦାବି କରିଛନ୍ତି । ଏହି ଅବସରରେ ଆଇ.ଏନ.ଟି.ୟୁ.ସି. ଜିଲ୍ଲା ସଭାପତି ମୁକ୍ତାର ଖାଁ,ଏଆଇଟିୟୁସି ସଭାପତି ବାବାଜୀ ଧଳ, ଆଇ.ଏନ.ଟି.ୟୁ.ସି.ର ଫକୀର ଚରଣ ଖଟୁଆ, ସିଟୁର ଜଗତଜୀବନ ଦାଶ, ଓସିଡବ୍ଲୁୟୁର ମାଧବ ଦାସ, ଏଆଇଟିୟୁସିର ରମଣୀରଞ୍ଜନ ରାଉତରାୟ, ଏଆଇୟୁଟିୟୁସିର ଏଲିନା ସାମନ୍ତରାୟ, ପ୍ରକାଶ କୁମାର ମଲିକ ଓ ବସନ୍ତ କୁମାର ସେଠୀ ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ