ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପ୍ରୋତ୍ସାହନରେ ଦୁଇ ବୃଦ୍ଧା ଚକ୍ଷୁଦାନକରି କଲେ
ବ୍ରହ୍ମପୁର,(ଅନିଲ କୁମାର): ଶ୍ରୀକାକୁଲମ ଜିଲ୍ଲା କାବିଟି ଗ୍ରାମ ନିବାସୀ ଶ୍ରୀମତୀ କିଲ୍ଲାମ ସେଟ୍ଟୀ ଦମୟନ୍ତୀ ସ୍ୱାମୀ ସ୍ବର୍ଗତ କେ.କାମେଶ୍ୱର ରାଓଙ୍କ ୭୧ ବର୍ଷ ବୟସରେ ବ୍ରହ୍ମପୁରର ଗାନ୍ଧିନଗର ତୃତୀୟ ଗଳିଠାରେ ତାଙ୍କ ଭାଇଙ୍କ ଗୃହରେ ମୃତ୍ୟୁବରଣ କରିଛନ୍ତି। ଖବରପାଇ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଦସ୍ୟବୃନ୍ଦ ଦମୟନ୍ତୀଙ୍କ ଇଚ୍ଛାପୁରଣ ପାଇଁ ପରିବାରର କେ.ଗଙ୍ଗାୟା ସେନାପତି,କେ.ରୂପାରାଣୀ, କେ.ରବି କୁମାର, କେ.ସୌଭାଗ୍ୟମ , କେ.ଗୌତମ୍,କେ.ପ୍ରମିଳା ଦେବୀ, ଟି.ସରସ୍ବତୀଙ୍କ ଉପସ୍ଥିତିରେ ତାଙ୍କର ଦୁଇଟିଚକ୍ଷୁକୁ ଏମ୍.କେ.ସି.ଜି. ଡାକ୍ତରଖାନାର ଚକ୍ଷୁବିଭାଗକୁ ଦାନ କରିବାପାଇଁ ପ୍ରୋତ୍ସାହିତ କରିଥିଲେ ଓ ଡାକ୍ତର ଚକ୍ଷୁଦୁଇଟିକୁ (କର୍ଣ୍ଣିଆ) ସଂଗ୍ରହ କରିଥିଲେ। ସେହିପରି ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ପ୍ରୋତ୍ସାହନରେ ଆଜି ବ୍ରହ୍ମପୁର ଶାସ୍ତ୍ରୀନଗର ୩ୟ ଗଳି ନିବାସୀ ୭୯ ବୟସ୍କା ବିଧବା ବୃଦ୍ଧା ୱାଡୀ ରଜନୀ ସ୍ୱାମୀ ସ୍ୱର୍ଗତ ଭି. ରାଘବ ରାଓଙ୍କ ସକାଳ ୩ଘଣ୍ଟା ସମୟରେ ମୃତ୍ୟୁପରେ ତାଙ୍କ ଝିଅଘରେ ଚକ୍ଷୁଦାନ ସମ୍ଭବ ହୋଇପାରିଛି। ୨୦୦୦ ମସିହାରେ ଏହି ପରିବାରର ଭି. ଶ୍ରୀରମୁଲୁ ଫ୍ରେଣ୍ଡସ ହେଲ୍ପିଙ୍ଗ କ୍ଳବ ସଭାପତି ପ୍ରଥମେ ଚକ୍ଷୁଦାନ କରି ଉଦାହରଣ ସୃଷ୍ଟିକରିଥିଲେ। ଯାହାଫଳରେ ଆଜି ଏମ୍.କେ.ସି.ଜି.ମେଡିକାଲ କଲେଜ ଓଡ଼ିଶାରେ ଚକ୍ଷୁ ସଂଗ୍ରହ ଓ ପ୍ରତିରୋପଣରେ ପ୍ରଥମ ସ୍ଥାନରେ ରହିପାରିଛି। ଶ୍ରୀରମୁଲୁଙ୍କ ପଦାଙ୍କ ଅନୁସରଣ କରି ପରିବାରବର୍ଗ ଉତ୍ସାହିତ ହୋଇ ୱାଡୀ ରାଜନୀଙ୍କ ଚକ୍ଷୁ ଦାନ କରିବାକୁ ଚାରିଝିଅ ଏ.ବେବିରାଣୀ ପାତ୍ର, କେ ରୋଜାରାଣୀ, ଇ.ବେବିରାଣୀ ପାତ୍ର ଓ ସୁଜାତରାଣୀ ଓ ଜ୍ୱାଇଁ ଇ.ଅରୁଣ କୁମାର ପାତ୍ର, କେ.ମୁରଲୀ, ଭି.ମଧୁଙ୍କ ଚକ୍ଷୁଦାନ ପାଇଁ ଆଗେଇଆସିଥିଲେ। ଝିଅ ଓ ଜ୍ୱାଇଁ ମାନଙ୍କ ଉପସ୍ଥିତି ସହ ବନ୍ଧୁ ବାନ୍ଧବ ଭି.କପିଳ, କେ.ରାଜେଶ, ସୁରେନ୍ଦ୍ର ସାହୁ ନୀଳମାଧଵ ପାତ୍ର, ବେଙ୍କଟା ସୁବୁଦ୍ଧି, ଭି.ଅନୁରାଗ ଉପସ୍ଥିତ ଥିଲେ। ଚକ୍ଷୁବିଭାଗର ଡାକ୍ତର ବିବେକାନନ୍ଦ ସାହୁ ଓ ଡାକ୍ତର ରୁଚିତ୍ରା ନାୟକ ସକାଳ ଘ ୭.୩୦ ମିଟ ଓ ୮ ଘଣ୍ଟା ସମୟରେ ଦୁଇ ଯୋଡ଼ା ଚକ୍ଷୁ (କର୍ଣ୍ଣିଆ) ଦୁଇଜଣଙ୍କ ଠାରୁ ସଂଗ୍ରହ କରିଥିଲେ। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଜମ୍ମୁଲା ସୁରେଶ, ଇ.ରଘୁନାଥମ, ଭି.ଭି.ରାଜୁ, କେ. ପୁରୁଷୋତ୍ତମ ସୁବୁଦ୍ଧି, ଇ. ପୂର୍ଣଚନ୍ଦ୍ର ପାତ୍ର, ଡ୍ର. କେ. ମୁରଲୀ ସହଯୋଗ କରିଥିଲେ। କ୍ଳବର ପ୍ରୋତ୍ସାହନରେ ଏହିମାସରେ ଆଜି ଯାଏ ୫ଜଣଙ୍କ ଠାରୁ ୫ଯୋଡ଼ା ଓ ଏହିବର୍ଷ ୧୪ ଜଣଙ୍କ ଠାରୁ ୧୪ ଯୋଡ଼ା ଚକ୍ଷୁ ମୃତ୍ୟୁପରେ ସଂଗ୍ରହ ହୋଇପାରିଛି।