୪୨ମୌଜାର ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦୈଶନାରେ କଳପଡ଼ା ଗ୍ରାମପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ଜନ ଶୁଣାଣି କାର୍ଯ୍ୟକ୍ରମ ୪୨ମୌଜା ଅଧିବାସୀଙ୍କ ମୌଳିକ ସମସ୍ୟା ସମାଧାନ ଓ ନୂତନ ପ୍ରକଳ୍ପ ପାଇଁ ବିଧାୟକଙ୍କୁ ଭେଟି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା କି,ଦାବୀ ମଧ୍ୟରେ ୪୨ମୌଜା ବ୍ରିଜ ଆରମ୍ଭରୁ ବେଣ୍ଟକାର ଛକ ପର୍ଯ୍ୟନ୍ତ ଗାଈ ଗୋରୁ ଓ ଷଣ୍ଢ ମାନଙ୍କ ଦ୍ଵାରା ରାସ୍ତା ଅବରୋଧର ଦୁର୍ଦ୍ଦଶା,ଝିଙ୍କିରିଆ ଠାରୁ ଚାନ୍ଦୁଲି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଅଲୋକୀକରଣ ନଥିବାରୁ ରାତ୍ର ସମୟେ ପଥଚାରୀ ମାନେ ଦୁର୍ଦ୍ଦଶାର ସମ୍ମୁଖୀନ, ୪୨ମୌଜା ସ୍ତରରେ ଏକ ଅଡିଟୋରିୟମ ନଥିବାରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ ଲୋକେ ଅସୁବିଧାର ସମ୍ମୁଖୀନ ଓ ୪୨ମୌଜାର ପୌରାଣିକ ତଥା ଐତିହାସିକ ସ୍ଥାନ ବଳି ବାମନ ପୀଠ ଠାରେ ଏକ ବନ ଉଦ୍ୟାନ କରାଗଲେ ତାହାର ସୁଫଳ ୪୨ମୌଜା ଅଧିବାସୀ ତଥା ସମଗ୍ର କଟକ ସଦର ଅଞ୍ଚଳବାସୀ ଉପକୃତ ହେବେ ବୋଲି ଦାବୀ ପତ୍ରର ମୁଖ୍ୟାଂଶ। ବିଧାୟକ ଦାବୀପତ୍ରର ଗୁରୁତ୍ୱକୁ ହୃଦୟଙ୍ଗମ କରି ଏହାର ବିହୀତ ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ସୁପାରିସ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ