ଫକୀରମୋହନ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ବାରବାଟୀ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟଙ୍କ ସହଯୋଗିତାରେ ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଓ ଗର୍ଭାଶୟ ଗ୍ରୀବା କର୍କଟ ବିଷୟରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀମାନଙ୍କ ରକ୍ତର ହେମୋଗ୍ଳୋବିନ୍ ପରୀକ୍ଷା ଆଧୁନିକ ଅଟୋମେଟିକ୍ ମେସିନ୍ ଦ୍ୱାରା ସମ୍ପାଦିତ ହୋଇଥିଲା ।ପ୍ରାରମ୍ଭରେ ଆଲୁମନିର ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସୁବ୍ରତା ଦେବାଙ୍ଗନା ଯୁଗ୍ମଭାବରେ ଫିତା କାଟି ଏହାକୁ ଉଦ୍ଘାଟନ କରିଥିଲେ ଏବଂ ମହିଳା ମହାବଦ୍ୟାଳୟର ଆଲୁମନିର ସଭାପତି ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ତାଙ୍କର ପ୍ରାକ୍ କଥନରେ ମହାବିଦ୍ୟାଳୟର ଗୌରବ ଏବଂ ଛାତ୍ରୀ ଏବଂ ସାମାଜିକ ଜୀବନର ଉତ୍କର୍ଷତା ପାଇଁ ବର୍ତ୍ତମାନର ଅଧ୍ୟକ୍ଷା ଏବଂ ଅଧ୍ୟାପକ, ଅଧ୍ୟାପିକାମାନଙ୍କର ଅବଦାନ ବିଷୟରେ ଅବତାରଣା କରିଥିଲେ । ଉକ୍ତଦିନ ସର୍ବଭାରତୀୟ ପ୍ରସୂତୀ ଓ ସ୍ତ୍ରୀରୋଗ ସଂଘର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ, ଅଧ୍ୟକ୍ଷ ଓ କର୍ମଚାରୀମାନଙ୍କୁ ଗର୍ଭାଶୟ ଗ୍ରୀବା କର୍କଟ (ଉରକ୍ସଙ୍ଖସମବକ୍ଷ ଉବଦ୍ଭମରକ୍ସ) ପାଇଁ ନୂତନ ଭାବେ ବ୍ୟବହୃତ ହେଉଥିବା ଠବମମସଦ୍ଭରର ଉପାଦେୟତା ଏବଂ କର୍କଟ ରୋଗ ହ୍ରାସ କରିବାର ଏହାର ଉପଯୋଗିତା ବିଷୟରେ ପୁଙ୍ଖାନୁପୁଙ୍ଖ ରୂପେ ବୁଝାଇ ଦେଇଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଯୋଗେ ଏହା ବିଶେଷ ଆଦୃତ ହୋଇଥିଲା । ଏହି ବୃହତ୍ତ ଶିବିର ପାଇଁ ମହିଳା କଲେଜର ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ଏବଂ ଆଲୁମନିର ସଭାପତିଙ୍କୁ ଫକୀରମୋହନ ଆଲୁମନି ତରଫରୁ ସଭାପତି ଓ ସଦସ୍ୟମାନେ ଧନ୍ୟବାଦ ଦେଇଥିଲେ ଓ କୃତଜ୍ଞତା ପ୍ରକାଶ କରିଥିଲେ । ଆଲୁମନି ତରଫରୁ ସଦସ୍ୟ ସର୍ବଶ୍ରୀ ମଧୁସୂଦନ ବେହେରା, ଉମାକାନ୍ତ ମହାନ୍ତି, ରାମଚନ୍ଦ୍ର ସେଠୀ, ସତ୍ୟ ବାରିକ୍, ବିନୟ କୁମାର ମହାପାତ୍ର, ଶରତ ଚନ୍ଦ୍ର ପଣ୍ଡା, ସବ୍ନା ପରଭିନ୍, ଯଶୋଦାନନ୍ଦନ ଆଶ୍, ପ୍ରଶାନ୍ତ କୁମାର ପାଢ଼ୀ ଏବଂ କମ୍ପାନୀ ତରଫରୁ କୁଳମଣି ଦୀକ୍ଷିତ, ବିତେଶ ଦାସ, କବିତା ଦେ, କବିତା ପାତ୍ର, ଶିବୁ ପ୍ରତାପ ରଥ, ରାମକୃଷ୍ଣ ଦାସ, ଅଶ୍ୱିନୀ କୁମାର ଦାସ, କଲେଜ୍ ତରଫରୁ ସମସ୍ତ ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଶିବିର ପରିଚାଳନାରେ ସାହାଯ୍ୟ କରିଥିଲେ ।