୬ମାସ ଧରି ପାରିଶ୍ରମିକ ପାଇନଥିବାରୁ ଗ୍ରାମପଂଚାୟତ ସ୍ତରୀୟ ମହାସଂଘର ଦାବୀପତ୍ର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ସ୍ତରୀୟ ଗିପିଏଲ କର୍ମୀ ମହାସଂଘ ଦୀର୍ଘ ୬ମାସ ଧରି ପାରିଶ୍ରମିକ ନପାଇଥିବାରୁ ଜିପିିଏଲଏଫ କର୍ମଚାରୀଙ୍କ କାର୍ଯ୍ୟବନ୍ଦ କରିବା ନିମନ୍ତେ ଦାବୀପତ୍ର ପ୍ରଦାନକରିଛନ୍ତି । ଉପଜିଲ୍ଲାପାଳକାର୍ଯ୍ୟାଳୟ ଙ୍କ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀପତ୍ରରେ ଉଲ୍ଲେଖ ରହିଛି ବାଲିଗୁଡା ବ୍ଲକର ୧୪ଗୋଟି ପଂଚାୟତରେ କାର୍ଯ୍ୟ କରୁଥିବା ଜିିପିଏଲଏଫ କମ୍ୟୁନିଟି ସପର୍ଟ ଷ୍ଟାଫ ଯଥା – ବ୍ୟାଙ୍କମିତ୍ର,କୃଷିମିତ୍ର,ଏମବିକେ,ସିଆରପି-ସିଏମ,ପ୍ରାଣିମିତ୍ର,ଏଲଏସପି ସମୁହ ଆଜକୁ ପ୍ରାୟ ୧୨ବର୍ଷଧରି ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟନିରିବଛିନ୍ନ ଭାବେ ଘରେଘରେ ପହଁଚାଇବା ରେ ପ୍ରମୁଖ ଭୁମିକା ନିଭାଉଛୁ ।ଦୁଖ ଓ ପରିତାପର ବିଷୟ ଏହିକିଯେ ଓଡିଶା ଜୀବିକା ମିଶନ,ମିଶନଶକ୍ତି ବିଭାଗର ଲକ୍ଷ ଓ ଉଦ୍ଦେଶ୍ୟ ଯାହାକି ମହିଳା ଶଶକ୍ତିକରଣ ଓ ଦାରିଦ୍ର ଦୁରିକରଣ ନିମନ୍ତେ ତୃଣମୁଳ ସ୍ତରରୁ ଘାଟି,ବଣପାହାଡ,ନଦୀନାଳ ଦେଇ ଅତି ନିମ୍ନ ମାନର ପରିଶ୍ରମ ପାଇଁ କାର୍ଯ୍ୟକରିଆସୁଥିବା ସ୍ଥଳେ ଦୀର୍ଘ ୬ମାସ ହେବ ଆମକୁ ପାରିଶ୍ରମିକ ଏପର୍ଯ୍ୟନ୍ତ ମିଳିନାହିଁ । ଯାହାରି ଫଳରେ ଆମ ପରିବାର ପ୍ରତିପୋଷଣ କରିବା ଓଜୀବନଜୀବିକା ଅତିକଷ୍ଟସାଧ୍ୟ ହୋଇପଡିଛି ।ବିନା ପାରିଶ୍ରମିକରେ ଦୀର୍ଘ ମାସ ଧରି ସରକାରଙ୍କ ସମସ୍ତ କାର୍ଯ୍ୟ ଓ ନିର୍ଦ୍ଧେଶାବଳିକୁ ପାଲନ କରି କାର୍ଯ୍ୟକରିଆସୁଛୁ ।ହେଲେ ରାଜ୍ୟ ସରକାର ଆମ ପାରିଶ୍ରମିକ ବନ୍ଦ କରିଦେଇଛନ୍ତି ଏଥି ସକାଶେ ସରକାର ଯେଉଁପର୍ଯ୍ୟନ୍ତ ଆମ ପାରିଶ୍ରମିକ ପ୍ରଦାନ କରିନାହାନ୍ତି ସେ ପର୍ଯ୍ୟନ୍ତ ବାଲିଗୁଡା ବ୍ଲକର ୧୪ଟି ପଂଚାୟତରକାର୍ଯ୍ୟରତ ସମସ୍ତ କର୍ମଚାରୀ – ବ୍ୟାଙ୍କମିତ୍ର,କୃଷିମିତ୍ର,ଏମବିକେ,ସିଆରପି-ସିଏମ,ପ୍ରାଣିମିତ୍ର,ଏଲଏସପି ଉକ୍ତ ୬ଗୋଟି କ୍ୟାଡର ନିଷ୍ପତି ନେଇଅଛୁ ଯେ ଆଜି ଠାରୁ କାର୍ଯ୍ୟବନ୍ଦ କରିଛୁ । ଏଣୁ ବିନିତ ଅନୁରୋଧଏହିକିଯେ ଆପଣ ଆମ୍ଭ ମାନଙ୍କ ଦୁଖବୁଜି ଉକ୍ତ ସମସ୍ୟାର ସମାଧା କରି ଆମ ମାନଙ୍କ ପାରିଶ୍ରମିକ ପ୍ରଦାନ କଲେ ଆମେ ସମସ୍ତେ ଚିର ଉପକୃତ ହେବୁ ।