କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ହାଇକୋର୍ଟରେ ଚୁଡାନ୍ତ ଦାଖଲ କଲା ଏସଆଇଟି,ଟ୍ରାୟଲ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ନିର୍ଦେଶ

କଟକ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତକାରୀ ସଂସ୍ଥା (ଏସଆଇଟି) ପୂର୍ଣ୍ଣାଙ୍ଗ ରିପୋର୍ଟ ସୋମବାର ଦାଖଲ କରିଛି । ହାଇକୋର୍ଟ ଟ୍ରାୟଲ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ତଦନ୍ତକାରୀ ସଂସ୍ଥାର ଷ୍ଟାଟସ୍ ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରିଥିଲା । ଏସ୍‌ଆଇଟି ତଦନ୍ତ ଶେଷ ହେବା ପାଇଁ ଆଉ କିଛି ସମୟ ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯିବା ପରେ ମୁଖ୍ୟବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖକୁ ଧାର‌୍ୟ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ, କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ଏସଆଇଟି ଦ୍ବାରା କରାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୂଚନା ମୁତାବକ କୋରାପୁଟ ଜିଲ୍ଲା କୁନ୍ଦୁଲି ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୦୧୭ ମସିହା ରେ ଯବାନ ପୋଷାକରେ ୪ ଜଣ ଯୁବକ ଦୁଷ୍କର୍ମ କରିଥିଲେ । ଏହି ଘଟଣାର ତଦନ୍ତ ଭାର ସ୍ୱତନ୍ତ୍ର ଅନୁସଂନ୍ଧାନକାରୀ ଟିମ୍ (ଏସ୍‌ଆଇଟି ) ଟିମ୍ ମାମଲା ତଦନ୍ତ କରୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ