ସୁପର ଚିଫ ମିନିଷ୍ଟର ଲୋକାର୍ପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜିର ରାଜନୀତିରେ ରାଜନେତାଙ୍କ ଚରିତ୍ର, ରାଜନୀତି ର ପସାପାଲି ରେ ସାଧାରଣ ଲୋକ ଅସ୍ତବ୍ୟସ୍ତ । ରାଜନୀତି କୁ ସଠିକ ଦିଶା ଦେବା ଓ ଏକ ସୁସ୍ଥ ସମାଜ ଗଠନ କିପରି ହୋଇପାରିବ ଓ ରାଜନୀତିରେ ନେତାମାନଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ କଣ ରହିବା ଦରକାର ଏହାକୁ ନେଇ ସତ୍ୟ ଜେନାଙ୍କ ପରିକଳ୍ପନା ଓ ରଚନାର କାହାଣୀ “ସୁପର ଚିପ ମିନିଷ୍ଟର” ବୁଲନ ଭାଇ ସେବା ସଦନ ଠାରେ ଲୋକାର୍ପିତ ହୋଇଯାଇଛି । ସମାଜସେବୀ ମହାସଂଘ ସଭାପତି ବାପୁ ଓଝାଙ୍କ ସଭାପତିତ୍ୱରେ କୃଷକ ନେତା ଶେଷଦେଵ ନନ୍ଦ, ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ପରମେଶ୍ୱର ଦାଶ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଅଭିନେତା ମିଟୁ ମିଥୁନ, ବୁଲୁ ପଣ୍ଡା, ଜ୍ଞାନେନ୍ଦ୍ର ପଲାଇ, ସମାଜସେବୀ ଦିଲୀପ ଷଣ୍ଢ , ପ୍ରଯୋଜକ ବିବେକାନନ୍ଦ ବାରିକ, ଯୋଗଗୁରୁ ଅନାମ ମହାମୁନି, ଓଁ ସାର୍ଥକ ସମ୍ପାଦକ କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ସୁପର ଚିପ ମିନିଷ୍ଟର କାହାଣୀ ଉପରେ ମତ ରଖିଥିଲେ । ଏହି ଅବସରରେ କାହାଣୀର ଲେଖକ ସତ୍ୟ ଜେନା କହିଥିଲେ ଯେ କାହାଣୀ କୁ ଚଳଚିତ୍ର କିମ୍ବା ୱେବ ସିରିଜ କରିବାର ପ୍ରୟାସ ଅଛି । ଯଦି କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗ କରିପାରିବେ ତେବେ ଏହାକୁ ଚଳଚିତ୍ର କରିବାରେ କୌଣସି ଆପତ୍ତି ନାହିଁ । କାର୍ଯ୍ୟକ୍ରମ ରେ ଉତ୍ତମ କୁମାର, ମହାକାଳ ବାବା ଓ ଦେବରସାଦ ମେର୍କାପ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ