ବାଉଁଶଯୋଡି-ଅଳକା-ଗୋବରୀ ବୁଡି ଅଂଚଳ ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ସାଧାରଣ ପରିଷଦ ବୈଠକ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିରୁଣାସ୍ଥିତ ସୁବର୍ଣ୍ଣେଶ୍ୱର ମହାଦେବ ମନ୍ଦିର ପରିସରରେ ବାଉଁଶଯୋଡି-ଅଳକା-ଗେ।।ବରୀ ବୁଡି ଅଂଚଳ ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ସାଧାରଣ ପରିଷଦ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମଚରଣ ସାସମଲଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ କମିଟିର ମୁଖ୍ୟ ଆବାହକ ରମେଶ ଚନ୍ଦ୍ର ବେହୁରା ସୁରକ୍ଷା କମିଟି ରିପୋର୍ଟ ପ୍ରଦାନ କରିଥିଲେ । ଅନ୍ୟତମ ଆବାହକ ସୁବାସ ସ୍ୱାଇଁ ଆଗାମୀ ଦିନର କାର୍ଯ୍ୟକ୍ରମ ସଂର୍ପକରେ ପ୍ରସ୍ତାବ ଆଗତ କରିଥିଲେ । ଏହି ବୈଠକରେ ରବିନ୍ଦ୍ର ଲେଙ୍କା, ଯୁଧିଷ୍ଟିର ସ୍ୱାଇଁ, ତୋଫାନ ଜେନା, ଦିଲ୍ଲିପ ପାଢୀ, ନକୁଳ ସାସମଲ, ଦଲେଶ୍ୱର ପରିଡା, ରମେଶ ଚନ୍ଦ୍ର ସାସମଲ, ପ୍ରିୟଦର୍ଶନ ରଥ, ଗୁରୁଚରଣ ସାସମଲ, ମଳୟ ସ୍ୱାଇଁ, ରାଜେନ୍ଦ୍ର ପ୍ରସାଦ ନାୟକ, ସୁକାନ୍ତ କୁମାର ନାୟକ,ଜନ୍ମେଜୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ । ପରବର୍ତି ବୈଠକ ଆସନ୍ତା ଅକ୍ଟୋବର ୧୮ରେ ହେବ ବୋଲି ଆବାହକ ସ୍ୱାଇଁ କହିଛନ୍ତି । ଆବାହକ ପ୍ରତାପ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।