ପୋଲ ନିର୍ମାଣ ହୋଇପାରିଲାନି ଭାରରେ ବୁହାହେଲେ ରୋଗୀ

ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର): ପୁଣି ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ନୂଆଗୁଡା ପଂଚାୟତର ରଥଗୁଡା ଗ୍ରାମରେ। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତର ସାରିଆପାଲ୍ଲୀ ଗ୍ରାମରୁ ଚିତ୍ରକୋଣ୍ଡା ବ୍ଲକର ନୂଆଗୁଡା ପଞ୍ଚାୟତର ଆରଏସସି-୧୦କୁ ଗ୍ରାମକୁ ପାହାଡ଼ କାଟି ଗୋଟିଏ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହୋଇଛି ଏକ ସଡ଼କ । ଉକ୍ତ ସଡକଟି ନିର୍ମାଣ ହୋଇଛି ସତ କିନ୍ତୁ ନିଳାକାମ୍ବେରୁ ପଂଚାୟତର ମନ୍ତ୍ରୀପୁଟ ଗ୍ରାମ ନିକଟରେ ଆବଶ୍ୟକ ଗୋଟିଏ ସେତୁ ନିର୍ମାଣ ଆବଶ୍ୟକ ଥିବାବେଳେ ତାହା ଏ ପର୍ଯ୍ୟନ୍ତ ନିର୍ମାଣ କରାଯାଇନାହିଁ। ଫଳରେ ଏହି ବ୍ରିଜର କାର୍ଯ୍ୟ ହୋଇନଥିବା ହେତୁ ଏହି ଝରଣା ଦେଇ ଲୋକେ କେବଳ ମୋଟର ସାଇକେଲରେ ହିଁ ଯାତାୟାତ କରିପାରୁଛନ୍ତି। ରାସ୍ତା କାର୍ଯ୍ୟଟି ମଧ୍ୟ୍ୟ ସମ୍ପୂର୍ଣ ହୋଇ ପାରିନି. ଏହି ସେତୁ କାର୍ଯ୍ୟ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ କରାଯାଉ ନଥିବାରୁ କୌଣସି ଚାରି ଚକିଆ ଯାନ କିମ୍ବା ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରୁନାହିଁ ବୋଲି ଅଞ୍ଚଳ ବାସି କହିଛନ୍ତି । ତେଣୁ ବାଧ୍ୟ ହୋଇ ଗ୍ରାମର ଯଦି କାହାର ସ୍ୱାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ଏହିପରି ଭାବେ ଷ୍ଟ୍ରେଚର ମାଧ୍ୟମରେ ଭାରରେ ବୁହା ହୋଇ ରୋଗୀଙ୍କୁ ନେଇ ଥାନ୍ତି ଗ୍ରାମ ବାସି । ଝରଣା ନଦିଟି ପାର ହେବାପରେ ସେଠାରୁ ଆସି ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ମେଡିକାଲ ନେଇଯାଉଥିବା ଗ୍ରାମବାସୀ କହିଛନ୍ତି। ରଥଗୁଡା ଗ୍ରାମର ଡମ ପୂଜାରୀ(୫୦)ଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ଖରାପ ହୋଇ ପଡିଥିଲା। ଫଳରେ ତାଙ୍କୁ ମେଡିକାଲ ନେବା ବାଟରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମବାସୀ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାସହ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ