ମୁଣ୍ଡାରୀ ୟୁଟୁବର, ପ୍ରୋଡୁସର ଏବଂ ଆର୍ଟିଷ୍ଟ ଆସୋସିଏସନର ବାର୍ଷିକ ସମ୍ମିଳନୀ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ): ବାରିପଦା ଷ୍ଟାଡିୟମ କନଫରେନ୍ସ ହଲରେ ମୁଣ୍ଡାରୀ ୟୁଟୁବର, ପ୍ରୋଡୁସର ଏବଂ ଆର୍ଟିଷ୍ଟ ଆସୋସିଏସନ ର ବାର୍ଷିକ ମିଳନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି. ଏହି ସମାରୋହରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗର ଅନେକ ମୁଣ୍ଡାରୀ ୟୁଟ୍ୟୁବର,ପ୍ରୋଡୁସର ଏବଂ ଆର୍ଟିଷ୍ଟ ଯୋଗ ଦେଇ ଥିଲେ. ସାଧାରଣ ସମ୍ପାଦକ ଲକ୍ଷୀରାମ ସିଂହଙ୍କ ସଭାପତିତ୍ବରେ ସଭାପତି ରବୀନ୍ଦ୍ର ନାଥ ସିଂହ ଜାଳେଆ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ. ଏହି ଅବସରରେ ମୁଣ୍ଡାରୀ କଳାକାର ମାନେ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ବରିଷ୍ଠ ମୁଣ୍ଡାରୀ କଳାକାର ଏବଂ ପ୍ରୋଡୁସର ମାନଙ୍କୁ ସମ୍ମାନିତ କରା ଯାଇଥିଲା. ମୁଣ୍ଡାରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଲକାନ ପ୍ରଭୁଦୟାଲ ନାଗ, ଅଭିନେତା ଦଶରଥ ସିଂ, ଲେଖକ ବିର୍ବଲ ସିଂ, ମଧୁସୂଦନ ସିଂ ସମ୍ମିଳନୀରେ ଉପସ୍ଥିତି ହୋଇ ମୁଣ୍ଡାରୀ ଯାତ୍ରା, ଆଲବମ ଏବଂ ଫିଲ୍ମ ଅଧିକରୁ ଅଧିକ ମାତ୍ରାରେ ନିର୍ମାଣ କରାଯିବା ସହିତ କିଭଳି ଉନ୍ନତ ମାନର ହୋଇ ପାରିବ ସେ ଦିଗରେ ଆଲୋଚନା କରିଥିଲେ. କାର୍ଯକ୍ରମରେ ଆଖାଳା ମେଠାଓ ନାମକ ଏକ ପତ୍ରିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରା ଯାଇଥିଲା. ଶେଷରେ ଉପ କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ସିଂ କୋଚା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.