ମନ୍ଦିରରେ ନାବାଳିକାଙ୍କୁ ଦୁଷ୍କର୍ମ

ପୁନେ : ଦୁଷ୍କର୍ମ ରୋକିବା ଲାଗି ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଥିଲେ ମଧ୍ୟ ଦେଶରୁ ଦୁଷ୍କର୍ମ କମିବା ନାଁ ଧରୁନାହିଁ। ଜଣେ ୭ ବର୍ଷର ନାବାଳିକାକୁ ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୁନେ ଛଟୁଶୃଙ୍ଗ ଅଞ୍ଚଳରେ ଥିବା ଏକ ମନ୍ଦିରରେ ନାବାଳିକାଙ୍କୁ ଜଣେ ଅଜଣା ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ସ୍କୁଲରୁ ଫେରିବା ପରେ ନାବାଳିକା ନିଜ ମାଆଙ୍କୁ ପେଟ ରେ ପୀଡା ହେଉଥିବାର କହିଥିଲେ । ମାଆ ନାବାଳିକା ଝିଅଙ୍କୁ ନେଇ ସ୍ଥାନୀୟ ମେଡିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଯୌନ ଉତ୍ପୀଡନ ହୋଇଥିବା ସନ୍ଦେହ କରିବା ସହ ଆଗକୁ କିଛି ଡାକ୍ତରୀ ପରୀକ୍ଷା ପାଇଁ ଶାଶୁନ ଜେନେରାଲ ମେଡିକାଲକୁ ରେଫର କରିଥିଲେ । କ୍ରାଇମବ୍ରାଞ୍ଚର ବରିଷ୍ଠ ଇନ୍ସପେକ୍ଟର ଅଞ୍ଜୁମ ବାଗବାନ ସମସ୍ତ ଘଟଣା ସମ୍ପର୍କରେ ନାବାଳିକାଙ୍କୁ ମାଆ ପଚାରିଥିଲେ । ନାବାଳିକା କହିଥିଲେ ଯେ, ଗତ ସୋମବାର ନିଜ ସାଥୀମାନଙ୍କ ସହ ଖେଳୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବାଧ୍ୟ କରିଥିଲା , ପରେ ତାକୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣଙ୍କ କାଳେ ଚିତ୍କାର କରିବେ ସେ ଭୟରେ ଦୁଷ୍କର୍ମକାରୀ ତା ପାଟିକୁ ବନ୍ଦ କରିଦେଇଥିଲା । ଯାହାଫଳରେ ନାବାଳିକା କାହାକୁ ଡାକି ପାରିନଥିଲେ । ନିକଟରେ ଖେଳୁଥିବା ସାଙ୍ଗମାନେ ଘଟଣାସ୍ଥଳରୁ ଯାଇସାରିଥିଲେ । ଦୁଷ୍କର୍ମକାରୀ ଜଣେ ଝିଅ ବେଶରେ ଆସିଥିବାର ସୂଚନା ମିଳିଛି । ନାବାଳିକାକୁ ଆହତ ଅବସ୍ଥାରେ ଅଭିଯୁକ୍ତ ସେଠାରେ ଛାଡି ଯାଇଥିଲା। ଏନେଇ ଛଟୁଶୃଙ୍ଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଇନ୍ସପେକ୍ଟର ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ