ଦିଲ୍ଲୀରେ ହେବନି କଂଗ୍ରେସ-ଆପ୍ ମେଣ୍ଟ ଦେଖିବାକୁ ମିଳିବ ତ୍ରିକୋଣୀୟ ମୁକାବିଲା

ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ନିର୍ବାଚନ ଦୃଷ୍ଟିକୋଣରୁ ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍ ଆଦ୍ମୀ ପାର୍ଟି ମଧ୍ୟରେ ମେଣ୍ଟ ଗଠନ ହେବା ନହେବା ନେଇ ଗତ ମାସାଧିକ କାଳ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ସେସବୁ ଆଜି ଶେଷ ହୋଇଯାଇଛି । କଂଗ୍ରେସ ପକ୍ଷରୁ ଆଜି ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଘୋଷଣା କରାଯିବାକୁ ଥିବା ବେଳେ ଆମ୍ ଆଦ୍ମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀରେ କଂଗ୍ରେସ ସହ କୌଣସି ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଆପ୍ର ଏପ୍ରକାର ନିଷ୍ପତ୍ତି ପରେ ଦିଲ୍ଲୀ ପାଇଁ ଚଳିତ ନିର୍ବାଚନ ନିଶ୍ଚିତ ଭାବେ ଏକ ତ୍ରୀକୋଣୀୟ (ବିଜେପି-ଆପ୍-କଂଗ୍ରେସ) ମୁକାବିଲା ହେବ ବୋଲି ଆଲୋଚନା ଜୋର ଧରିଛି । ଦିଲ୍ଲୀର ମୋଟ୍ ୭ ଲୋକସଭା ଆସନରେ ଏହି ତିନି ଦଳଙ୍କ ଲଢ଼େଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ସୋମବାର ସୁଦ୍ଧା ଦିଲ୍ଲୀରେ ଆପ୍ ସହ ମେଣ୍ଟ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତ କହିଥିଲେ । କିନ୍ତୁ କଂଗ୍ରେସ ପକ୍ଷରୁ ଆଜି ଔପଚାରିକ ଘୋଷଣା ହେବା ପୂର୍ବରୁ ଆପ ପକ୍ଷରୁ ଅରବିନ୍ଦ କେଜରିୱାଲ କଂଗ୍ରେସ ସହ ମେଣ୍ଟ ହେବନି ବୋଲି ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ