ବାରିପଦା ମଣ୍ଡଳ କାରାଗାର ପକ୍ଷରୁ ପଞ୍ଚମ ଓଡିଶା କାରାଗାର ପ୍ରତିଷ୍ଠା ଦିବସ ପାଳିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ପଞ୍ଚମ ଓଡିଶା କାରାଗାର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ଅବସରରେ ମଣ୍ଡଳ କାରାଗାର ବାରିପଦା ଠାରେ ଏକ ସ୍ଵତନ୍ତ୍ର ସମାରୋହ ଆୟୋଜିତ ହୋଇଯାଇଛି. ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମାହାନ୍ତି, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଅମର ସେଠୀ, କାରାଗାରର ବରିଷ୍ଠ ଅଧକ୍ଷକ ସୁଜିତ କୁମାର ରାଉଳ, କାରାପାଳ ଶଶିକାନ୍ତ ମହାଳିକ, କାରା ଚିକିତ୍ସା ଅଧିକାରୀ, କାରାମଙ୍ଗଳ ଅଧିକାରୀ ଏବଂ ଜେଲର ଅନ୍ୟ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ମାନେ ଯୋଗଦେଇ ଥିଲେ. ଅନ୍ତେବାସୀ ମାନେ ନୃତ୍ୟ, ସଙ୍ଗୀତ ଆଦି ପରିବେଷଣ କରି ସମସ୍ତଙ୍କ ମନମୁଗ୍ଧ କରିଥିଲେ. ଏହି ଉତ୍ସବରେ ବାରିପଦା ମାନବ ଅଧିକାର ପରିଷଦର ଗତିକ୍ରିଷ୍ଣା ତିଓ୍ବାରୀ, ଦିବ୍ୟଜ୍ୟୋତି ମାହାନ୍ତ, ରୀତାଞ୍ଜଳି
ସାହୁ, ତାରାମଣି ମହାପାତ୍ର ପ୍ରମୁଖ ସଦସ୍ୟ ଯୋଗଦେଇ ବରିଷ୍ଠ ଅଧିକ୍ଷକ ଓ କାରାପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ. ଏହି ଅବସର ରେ ଭଲି, କ୍ୟାରମ, ଚେସ, ତିନିଗୋଡିଆ ଦୌଡ ଏବଂ ମହିଳା ମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର, ଝୋଟି, ଲୁଡୋ ଆଦି ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଖେଳ ସବୁ ଆୟୋଜିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା. ସେହିପରି ଉତ୍ତମ ଆଚରଣ ଓ ସର୍ବୋକ୍ତୃଷ୍ଟ ଅନ୍ତେବାସୀ ଭାବେ ଦଶ ଜଣ ଅନ୍ତେବାସୀଙ୍କୁ ବରିଷ୍ଠ ଅଧ୍ୟକ୍ଷକଙ୍କ ସୁପାରିସ କ୍ରମେ ଏବଂ କାରାଗାର ଡି.ଜି. ମୋହଦୟଙ୍କ ନିର୍ଦେଶରେ ସମ୍ବର୍ଦ୍ଧିତ କରାଯାଇଥିଲା. ଜେଲ ରକ୍ଷୀ ବନ୍ଧନ କୁମାର ବେହେରା ମଂଚ ପରିଚାଳନା କରିଥିଲେ.