ସ୍ୱର୍ଗତ ରାଧାକାନ୍ତ ନନ୍ଦଙ୍କ ସ୍ମୃତିରେ ସ୍ୱରାଞ୍ଜଳି ଦ୍ଵାରା ଆୟୋଜିତ ଭଜନ ସନ୍ଧ୍ୟା
ବ୍ରହ୍ମପୁର,(ଅନିଲ କୁମାର):ଲୋଚାପଡା ସ୍ଥିତ କାଳୀ ମନ୍ଦିର ନିକଟରେ ବ୍ରହ୍ମପୁରର ସାଂଷ୍କୃତିକ ଅନୁଷ୍ଠାନ ସ୍ୱରାଞ୍ଜଳି, ତରଫରୁ ଓଡ଼ିଆ ସଙ୍ଗୀତ ଜଗତର ବିରଳ ବ୍ୟକ୍ତିତ୍ୱ ସ୍ୱର୍ଗତ ରାଧାକାନ୍ତ ନନ୍ଦଙ୍କ ସ୍ମୃତିରେ ଏକ ସ୍ମରଣୀୟ ଭଜନ ସନ୍ଧ୍ୟା ପରିବେଷିତ ହୋଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଇଂ. ଉମାଶଙ୍କର ପାଣିଗ୍ରାହି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଉଦଘୋଷକ ହୃଷୀକେଶ ପାଣିଗ୍ରାହି ଯୋଗଦେଇ ଥିବା ବେଳେ ସଂମାନୀୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ଉପ-ନିର୍ଦ୍ଦେଶକ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ପୂଜ୍ୟପୂଜାର ଏହିପରି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ । ମଞ୍ଚ ଉପସ୍ଥାପକ ବିଚିତ୍ରନନ୍ଦ ପଣ୍ଡା, ପ୍ରଖ୍ୟାତ ଯନ୍ତ୍ରଶିଳ୍ପୀ ପରମାନନ୍ଦ ସାହୁ,ସ୍ୱର୍ଗତ ରାଧାକାନ୍ତ ନନ୍ଦଙ୍କ ଦୁଇ ସୁପୁତ୍ର ପ୍ରଭୁ ପ୍ରସାଦ ନନ୍ଦ ଓ ବିଭୁପ୍ରସାଦ ନନ୍ଦ, ଅନୁଷ୍ଠାନର ସମ୍ପାଦକ ମିହୀର କୁମାର ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ଇଂ. ଅଭୟେନ୍ଦୁ ଶେଖର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଓଡ଼ିଶାର ପ୍ରଖ୍ୟାତ ଯନ୍ତ୍ରଶିଳ୍ପୀ ପରମାନନ୍ଦ ସାହୁଙ୍କୁ ରାଧାକାନ୍ତ ନନ୍ଦ ସ୍ମୃତି ସମ୍ମାନ, “ବାଦ୍ୟ ଶିରୋମଣି” ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଭୁପ୍ରସାଦ ନନ୍ଦ, ପ୍ରଭାତ ପାତ୍ର, ଭବାନୀ ଚରଣ ମିଶ୍ର, ରଶ୍ମି ରଞ୍ଜନ ସାହୁ, ଡ଼. ଚନ୍ଦନ ଗନ୍ତାୟତ, ଶୁଶ୍ରୀ କେ ଅଞ୍ଜଳି ପାତ୍ର, ଶୁଶ୍ରୀ ପ୍ରିୟଙ୍କା ସ୍ୱାଇଁ, ଶର୍ମିଳା ସମନ୍ତରା, ଶିବ ଶଙ୍କର ଷଡଙ୍ଗୀ, ଶୁଶ୍ରୀ ଅର୍ପିତା ପଣ୍ଡା କଣ୍ଠଦାନ କରିଥିବାବେଳେ ବାଦ୍ୟ ଯନ୍ତ୍ରରେ ପରମାନନ୍ଦ ସାହୁ, ମନୋଜ ଦତ୍ତ, ବିଭୁପ୍ରସାଦ ନନ୍ଦ, ଅମୃତ ରଞ୍ଜନ ଦାଶ, ଶ୍ୟାମା ରାଓ ,ଇଂ. ଅଭୟେନ୍ଦୁ ଶେଖର ପଟ୍ଟନାୟକ, ଟିକିରି ବେହେରା, ଟୁକୁ, ମାଷ୍ଟର ବିକାଶ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ବଳରାମ ପ୍ରଧାନ, ଟୁଟୁ, ଓଡିଶୀ ନୃତ୍ୟ ଗୁରୁ ଶିବରାମ ବାରିକ, ସଂଗ୍ରାମ କେଶରୀ ଦାସ,ସରୋଜ ମିଶ୍ର, ଅର୍ଜୁନ ବେହେରା, ସାନ୍ତୁନୁ ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଭବାନୀ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।