ପ୍ରତ୍ୟକ୍ଷ କର ଆଦାୟରେ ୫ଠ ହଜାର କୋଟି କ୍ଷତି

ନୂଆଦିଲ୍ଲୀ, (ଏଜେନ୍ସି): ଆର୍ଥିକ ବର୍ଷ ୨୦୧୯ରେ ହେବାକୁ ଥିବା ପ୍ରତ୍ୟକ୍ଷ କର ଆଦାୟ ଆକଳନ ପ୍ରକାଶ ପାଇଛି । ଚଳିତ ଆର୍ଥିକ ବର୍ଷର ପ୍ରତ୍ୟକ୍ଷ କର ଆଦାୟରେ ୫୦ହଜାର କୋଟି ଟଙ୍କା କ୍ଷତି ହୋଇଛି । ପ୍ରକାଶ ଯେ ୨୦୧୮-୧୯ପାଇଁ ୧୨ଲକ୍ଷକୋଟି ଟଙ୍କାର ପ୍ରତ୍ୟକ୍ଷ କର ଆଦାୟର ଲକ୍ଷ୍ୟ ରଖାଯାଇଥିଲା । ହେଲେ ଖରାପ ବ୍ୟକ୍ତିଗତ ଆୟକର ଆଦାୟ ଯୋଗୁଁ ଏଥିରେ ହ୍ରାସ୍ ଘଟିଛି । ଏକ ଅଧିକାରିକ ସୂଚନାନୁସାରେ ୨୦୧୮-୧୯ରେ ୧୧.୫ଲକ୍ଷ କୋଟି ଟଙ୍କାର ଟିକସ ଆଦାୟର ପୁରୁଣା ଟାର୍ଗେଟ୍ ପୂର୍ଣ୍ଣ କରିବା ପାଖାପାଖି ରହିଛି । ବର୍ତ୍ତମାନ ଟିକସ ଆଦାୟ ଅନ୍ତିମ ପର୍ଯ୍ୟାୟରେ ରହିଛି । ସୂଚନାନୁସାରେ ବ୍ୟକ୍ତିଗତ ଆୟକର ସମ୍ପୂର୍ଣ୍ଣ କରିବା ପାଇଁ ୫.୨୯ଲକ୍ଷ କୋଟି ଟଙ୍କାର ଟାର୍ଗେଟ୍ ରଖାଯାଇଥିଲା । ହେଲେ ଏଥିରେ ମଧ୍ୟ ପାଖାପାଖି ୫୦ହଜାର କୋଟି ଟଙ୍କାର ହ୍ରାସ୍ ହୋଇଛି । ଯଦ୍ୱାରା ଲକ୍ଷ୍ୟ ପୁରଣ ହୋଇପାରି ନାହିଁ । ଏଥି ଯୋଗୁଁ ଆର୍ଥିକ ବର୍ଷ ୨୦୧୮-୧୯ରେ ପ୍ରତ୍ୟକ୍ଷ କର ଆଦାୟରେ ହ୍ରାସ୍ ଘଟିଛି । ପ୍ରକାଶ ଯେ କର୍ପୋରେଟ୍ ଟିକସ ପାଇଁ ୬.୭୧ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ସାମାନ୍ୟ ପାର୍ଥକ୍ୟ ସହିତ ଏହି ଲକ୍ଷ୍ୟ ସମ୍ପୂର୍ଣ୍ଣ ହୋଇଛି । ସେହିପରି ଆଡ଼ଭାନ୍ସ ଟିକସ ୧୧.୫ଲକ୍ଷ କୋଟି ଟଙ୍କାରୁ ୫ଲକ୍ଷ କୋଟିର ଟିକସ ପରିଶୋଧ କରାଯାଇଛି । ଆଡ଼ଭାନ୍ସ ଟିକସ ଏକ ଆର୍ଥିକ ବର୍ଷରେ ବେତନ, ବିଜ୍ନେସ୍, ପ୍ରଫେସନ୍, ରେଣ୍ଟ ପରି ସୋର୍ସରୁ ହେଉଥିବା ସମୁଦାୟ ଆୟରେ ଲାଗିଥାଏ । ଆଡ଼ଭାନ୍ସ ଟିକସକୁ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ହିଁ ଜମା କରିବାୁ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ