୧୯୯୦ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ
ନିମାପଡ଼ା,( ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସରକାରୀ ହାଇସ୍କୁଲ ର ୧୯୯୦ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ମୋତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୪୦ ରୁ ଉର୍ଦ୍ଦ ଛାତ୍ରମାନେ ଯୋଗ ଦେଇ ସେମାନଙ୍କ ବିଦ୍ୟାଳୟ ଜୀବନର କଥା ସବୁର ସ୍ମୃତିଚରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ତୁଷାରକାନ୍ତ ଦିକ୍ଷିତ, ମାନସ ଦିକ୍ଷିତ, ନଳିନୀକାନ୍ତ ଦିକ୍ଷିତ,କମଳଲୋଚନ ଦିକ୍ଷିତ,ଦେବାଶିଷ ମହାନ୍ତି , ମହେଶ୍ୱର ବେହେରା, ଶେଖ ହସନ,ସୁଦର୍ଶନ ସ୍ଵାଇଁ,ଫଜଲୁର ରହେମାନ,ପ୍ରଦୀପ୍ତ ମିଶ୍ର, ଶଙ୍କର ସାହୁ, ଦେବ ଲୋଭାନ ପ୍ରମୁଖ ଯୋଗ ଦେଇଥିଲେ । ୧୯୯୦ ମସିହା ମାଟ୍ରିକ ବ୍ୟାଚ ବନ୍ଧୁ ମାନେ ଏକ ଟ୍ରଷ୍ଟ ଗଠନ କରି ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ବୈଠକରେ ସ୍ଥିର ହୋଇଥିଲା।