କେନ୍ଦ୍ର ବଜେଟ-୨୦୨୫ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ଚଳିତମାସ ୧ ତାରିଖରେ ଭାରତର ସଂସଦରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ବଜେଟ ଉପସ୍ଥାପନ କରାଯାଇଛି. ଏହି ବଜେଟର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା ନିମନ୍ତେ ଏମପିସି ଅଟନମାସ କଲେଜର ଅର୍ଥନୀତି ଏବଂ ବାଣିଜ୍ୟ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଆୟାଜିତ ହୋଇଯାଇଅଛି. ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ରୂପେ ଆଇ.ଆଇ.ଟି ରୁର୍କୀର ଆସୋସିଏଟ ପ୍ରଫେସର ଡ଼. ପ୍ରତାପ ଚନ୍ଦ୍ର ମହାନ୍ତି, ଅନ୍ୟତମ ବକ୍ତା ଭାବରେ ଶୈକ୍ଷିକ ମୁଖ୍ୟ ଡ଼. ଆଲବେର୍ଟିନା ତିର୍କୀ, ପ୍ରଶାସନିକ ମୁଖ୍ୟ ଡ଼. ଦୀପକ କୁମାର ବେହେରା, ବାଣିଜ୍ୟ ବିଭାଗର ମୁଖ୍ୟ ଡ଼. ଆଶୁତୋଷ ପ୍ରୟାସ ଦାଶ, ଅର୍ଥନୀତି ବିଭାଗର ମୁଖ୍ୟ ଡ଼. ସିଦ୍ଧେଶ୍ଵର ପଣ୍ଡା ପ୍ରମୁଖ ସ୍ଵାଧୀନତା ପରବର୍ତ୍ତୀ ଭାରତରେ ବିଭିନ୍ନ ଅର୍ଥମନ୍ତ୍ରୀଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ବଜେଟ କିପରି ଭାରତକୁ ବିକାଶ ଅଭିମୁଖେ ଅଗ୍ରସର କରାଇଛି ସେ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ. ସହକାରୀ ପ୍ରଫେସର ଡ. ରୂପସା ମହାପାତ୍ର ସଭା ପରିଚାଳନା କରିଥିବା ବେଳେ, ଅଧ୍ୟାପିକା ମଧୁସ୍ମିତା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକା ଭୀମ ଚରଣ ମୁର୍ମୁ , ଡ଼ ଅନାମ ଚରଣ ରାଉଳ, ଡ଼ ଅର୍ଜୁନ କୁମାର ସାହୁ, ସୀମା ଅଗରୱାଲ ପ୍ରମୁଖ ଯୋଗଦେଇଥିଲେ.