Remove term: ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ମାଗଣା ପର୍ଯ୍ୟଟନ ସୁବିଧା ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ମାଗଣା ପର୍ଯ୍ୟଟନ ସୁବିଧା

ବେତନଟୀ,(ଉଦିତ କୁମାର ପରିଡା): ମୟୂରଭଞ୍ଜ ଜିଲ୍ଲା ବେତନଟୀ ମହାବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନରଞ୍ଜନ ମହାନ୍ତ ସଭାପତିତ୍ୱ କରିଥିବା ବେଳେ କଲେଜର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ଜୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ତାଙ୍କ ସମେତ ଆତ୍ମରକ୍ଷା କୌଶଳ ତାଲିମ ଶିବିରର ସଂଯୋଜିକା ତଥା ମନସ୍ତତ୍ଵ ବିଭାଗୀୟ ମୁଖ୍ୟ କଳ୍ପଳତା ବେହେରା, ବାଣିଜ୍ୟ ବିଭାଗ ମୁଖ୍ୟ ସ୍ଵାତୀଅଗ୍ରୱାଲ, ମନୀଷା ରାଣୀ ଅଗ୍ରୱାଲ, ପ୍ରାଣୀ ବିଭାଗ ମୁଖ୍ୟ ନେହା ଗୁପ୍ତା, ଅଭିଜିତ ମହାନ୍ତି, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ବେହେରା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡ଼ଃ ଚିତ୍ତରଞ୍ଜନ ବେହେରା, ଅଧ୍ୟାପିକା ଭା୍ନୁପ୍ରିୟା ମାଝୀଙ୍କ ସମେତ ଅଣଶିକ୍ଷକ କର୍ମଚାରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀଗଣେଶଙ୍କ ପୂଜାର୍ଚନା କରାଯାଇ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ନାରୀ ଦୁନିଆକୁ ରୋଶନୀ ଦିଏ ଏବଂ ଶକ୍ତି, ପ୍ରେମ ଓ କରୁଣାର ସଙ୍ଗମ ଏବଂ ନାରୀର ହସ ଏକ ସଶକ୍ତ ସମାଜର ନିଶାନ ବୋଲି ମଞ୍ଚାସିନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଈଶ୍ୱର ସମସ୍ତ ମହିଳାମାନଙ୍କୁ ଆତ୍ମବିଶ୍ୱାସ, ଖୁସି ଏବଂ ନିଜର ସ୍ବପ୍ନ କୁ ସଫଳ କରିବାର ଶକ୍ତି ଓ ସାହସ ଦେବାକୁ ସଂଯୋଜିକା ଶୁଭକାମନା କରିଥିଲେ। ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶନିବାର ଠାରୁ ୮ଦିନ ଧରି ଚାଲୁ ରହିବ। କାର୍ଯ୍ୟକ୍ରମ ପ୍ରଶିକ୍ଷିକା ନମିତା ନାଏକ, ସରୋଜିନୀ ସିଂ ଏବଂ ପୂଜା ସିଂ ପ୍ରମୁଖ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରେ ଶିକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି। ପରିଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ