ଶ୍ରୀଗୀତଗୋବିନ୍ଦାମୃତ
ଗୀତଗୋବିନ୍ଦ ଲଳିତ ଛନ୍ଦେ
ଜୟଦେବ ତୁମ ପାଦ ବନ୍ଦେ
ନ ଶୁଣିଲେ ନିଦ
ଜଗାକୁ ଆସେନି
ଗୀତଗୋବିନ୍ଦରୁ ନିତି ପଦେ ।
ରାଧାକୃଷ୍ଣ ପ୍ରେମାମୃତ ଲୀଳା
ଗୀତଗୋବିନ୍ଦରୁ ଝରୁଥିଲା
ରଚନା ବେଳରେ
ଯହିଁ ଅଟକିଲା
ଜଗନ୍ନାଥ ତହିଁ କଲେ ଲୀଳା ।
ଛଦ୍ମବେଶେ ଆସି ସ୍ନାନକାଳେ
ଲେଖିଦେଲେ ପ୍ରଭୁ ସ୍ବହସ୍ତରେ
ଶିବଙ୍କ ଶିରରେ
ଗଙ୍ଗା ବହୁଛନ୍ତି
ସେହି ଭାବେ ରାଧା ଶୋଭ ଶିରେ ।
ଉଦାରତା ବହି ହୃଦୟରେ
ପଦ୍ମପାଦ ରଖ ମୋ ମଥାରେ
ସଂପୂର୍ଣ୍ଣ ହୋଇଲା
ଶ୍ରୀଗୀତଗୋବିନ୍ଦ
ଏହି ଦିବ୍ଯଭାବ ରଚନାରେ ।
ପ୍ରେମାମୃତେ ପୂର୍ଣ୍ଣ ଗଲା ହୋଇ
ଯିଏ ପାନ କରେ ଭୁଲେ ନାହିଁ
ଅମୃତ ଝରଇ
ପ୍ରତି ପଦୁ ସଦା
ରାସ ରସ ଯାର ଶେଷ ନାହିଁ ।
ଜଗନ୍ନାଥ, କୃଷ୍ଣ ନାମ ପ୍ରେମ
ଗୀତଗୋବିନ୍ଦ ତୁଟାଏ ଭ୍ରମ
ଲେଖିଲ ଲେଖିଲ
ଦେଖି ନ ପାରିଲ
ପଦ୍ମାବତୀ ଦେଖି ମୋହେ ଭ୍ରମ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ