ଅଧିକାରୀଙ୍କ ସମୟ ଜ୍ଞାନ ଅଭାବ ପାଇଁ ସେବା ନ ପାଇ ଫେରୁଛନ୍ତି ହିତାଧିକାରୀ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି):ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟାଳୟଗୁଡିକରେ ଅଧିକାରୀଙ୍କ ମରୁଡି ପଡ଼ିଥିବା ଦେଖିବାକୁ ମିଳୁଛି, ଠିକ ସମୟରେ କାର୍ଯ୍ୟଳୟକୁ ଆସୁନାହାନ୍ତି ବିଭାଗର କର୍ମଚାରୀ କିମ୍ବା ଅଧିକାରୀ, ଯାହାଫଳରେ ନୂତନ ଭତ୍ତା ଆବେଦନ, ନୂତନ ଘର ଆବେଦନ, ପାନୀୟଜଳ ସମସ୍ୟା, ମନରେଗା ଯୋଜନା ମାଧ୍ୟମରେ ଘରର ପଇସା ପାଇଁ କିମ୍ବା ଅନ୍ୟ କୌଣସି ଅଭିଯୋଗ ନେଇ ହିତାଧିକାରୀ ଆସିଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯଦି ଏହି କାର୍ଯ୍ୟାଳୟମାନଙ୍କୁ ହିତାଧିକାରୀ ଆସନ୍ତି ତେବେ ମନ ଇଚ୍ଛା କାର୍ଯ୍ୟାଳୟ ଖୋଲିବା, ମନ ଇଚ୍ଛା ଅଧିକାରୀ କାର୍ଯ୍ୟରେ ଯୋଗଦେବା ଭଳି ସମସ୍ୟା ହେତୁ ସେବା ନ ପାଇ ଫେରିଯାଉଛନ୍ତି ହିତାଧିକାରୀ, ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ଲକର ମନରେଗା ବିଭାଗର କାର୍ଯ୍ୟଳୟ, ଗ୍ରାମୀଣ ଗୃହ ବିଭାଗ କାର୍ଯ୍ୟାଳୟ, ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ, ଜିପିଓଙ୍କ କାର୍ଯ୍ୟଳୟ ସମେତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ,ଏହିସବୁ କାର୍ଯ୍ୟାଳୟ ଠିକ ସମୟରେ ଖୋଲୁନାହିଁ କିମ୍ବା ପଦାଧିକାରୀ କାର୍ଯ୍ୟରେ ଯୋଗଦେଉ ନ ଥିବା ଦେଖିବାକୁ ମିଳିଛି। ସୋମବାର ସକାଳ ସମୟ ୮.୩୦ ରୁ ୧୦.୩୦ ମଧ୍ୟରେ କେହି ଅଧିକାରୀ ଆସି ନ ଥିବା ଦେଖିବାକୁ ମିଳିଥିଲା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଖି ସାମ୍ନାରେ ଯୋଦି ଏଭଳି କାର୍ଯ୍ୟ/କର୍ତ୍ତବ୍ୟରେ ଅବହେଳା କରୁଛନ୍ତି ଅଧିକାରୀ ତେବେ ଲୋକଙ୍କୁ କେମିତି ସୁବିଧା ଦେଉଥିବେ ତାହା ସହଜରେ ଅନୁମାନ କରାଯାଉଛି, ଏପଟେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀଷ୍ମ ଋତୁ ହେତୁ ସକାଳ ୬ଟା ରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବାବେଳେ ଏହି ବ୍ଲକରେ କିନ୍ତୁ ଏହାର ଓଲଟା ଦେଖିବାକୁ ମିଳୁଛି, ସମୟ ପାଖାପାଖି ୧୦ରୁ ୧୦ ଟା ୩୦ ହୋଇଯାଉଥିଲେ ମଧ୍ୟ କାର୍ଯ୍ୟଳୟଗୁଡିରେ ବାବୁଙ୍କ ଦେଖା ମିଲୁ ନାହିଁ, ସରକାରୀ ନିୟମକୁ ଖୁଲମଖୋଲା ଉଲଘଂନ କରୁଛନ୍ତି ବ୍ଲକ ପ୍ରଶାସ, ଏଭଳି ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀ ତଥା ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ କହିଛନ୍ତି, ମୋ ପାଖରେ ଏହାକୁ ନେଇ କୌଣସି ଅଭିଯୋଗ ନାହିଁ ଯୋଦି କାର୍ଯ୍ୟରେ କେହି ଅବହେଳା କରୁଛନ୍ତି ତେବେ ତାଙ୍କ ପ୍ରତି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ