ନବଯୌବନ ଦର୍ଶନ

ନବ ଯଉବନ ବେଶ
ଦେଖିବା ଆସ
ଭକତ ଗହଳି ହେଲେ
ଜଗା ହରସ ।। ଘୋଷା ।।

ସଙ୍ଗରୋଧେ ରହିଥିଲେ
ଅଙ୍ଗେ ପିଡା ବହିଥିଲେ
ଫୁଲୁରି ତେଲ ସହିତ
ଦଶମୂଳ ମୋଦକରେ
ହୋଇଛି ନାସ ।୧୲

ଛାଡି ଅଣସର ଘର
ଭକତ ଲାଗି ବାହାର
ତୁଳସୀ ଦୟାଣା ନାଇ
ମୁଖେ ବନକ ଶୋଭାର
ଅପୂର୍ବ ହସ ।୨୲

ସେ ହସେ ଭରିଛି ଓଷ
ସର୍ବ ଦୁଃଖ କରେ ନାଶ
ଖାଇବାକୁ ବେଳ କାହିଁ
ଥରେ ମୁଖ ଚାହୁଁ ଚାହୁଁ
ମନ ହରସ ।୩|

ପନ୍ଦର ଦିନର ଦୁଃଖ
ହରି କ୍ଷଣେ ଦେବ ସୁଖ
କି ମନ୍ତ୍ରର ଭରିଅଛି
ସେ ରଙ୍ଗା ଅଧର ହସ
ଲାଗେ ପିୟୁଷ ।୪|

ଭକ୍ତ ଦେଖି ମନେ ଖୁସି
ରଥେ କାଲି ଯିବ ବସି
ଚାହିଁଛି ସାରା ଜଗତ
ରଥେ ଦେଖି ପୁର୍ନଜନ୍ମ
ହୋଇବ ନାଶ ।୫|

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ