ସିଏଏକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଶିମ୍‌ଲା : ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ବାବା ଦେଖାନ୍ତୁ ଏହି ଆଇନର କୌଣସି ଗୋଟିଏ କ୍ଲଜରେ କାହାର ନାଗରିକତା ଛଡାଇ ନେବା ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ସିଏଏକୁ ନେଇ ରାଜନୀତି ଏବେ ବି ଜାରି ରହିଛି। ବିରୋଧୀ କଂଗ୍ରେସ ଏବେ ଏହାକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଟାର୍ଗେଟ କରିଛି। ଆଉ ଏହାର ଜବାବରେ ରାହୁଲଙ୍କୁ ଟାର୍ଗେଟ୍‌ କରି ଅମିତ ଏଭଳି କଥା କହିଛନ୍ତି। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ସିଏଏ ଲାଗୁ କରି ବିଜେପି ଅଳ୍ପ ସଂଖ୍ୟକ ମୁସଲିମଙ୍କଠାରୁ ନାଗରିକତ୍ୱ ନେଇ ଯିବାକୁ ଚାହୁଁଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଶିମ୍‌ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଜବାବ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ