ମଣିମାଙ୍କ ତାତିତତ୍ତ୍ବ
ଭାବରେ ମଣିମା
ଭକ୍ତିରେ ମଣିମା
ମଣିମା ମଣିମା ଡାକେ,
ସାହିତ୍ୟ ବିଜ୍ଞାନ
ସିଦ୍ଧାନ୍ତ ଉର୍ଦ୍ଧରେ
ମଣିମାଙ୍କୁ ସଦା ଦେଖେ ।
ସବୁ କାରଣର
କାରକ ମଣିମା
ଆମେ ଡାଳ ସିଏ ମୂଳ,
ମୂଳ ନ ଚିହ୍ନିଲେ
ଅସ୍ତିତ୍ବ ହଜିବ
ନ ମିଳିବ ଥଳ କୂଳ ।
ବିଶ୍ବର ବିସ୍ମୟ
ଗୌରବ ଗରିମା
ଓଡ଼ିଆଙ୍କ ସ୍ବାଭିମାନ,
ମଣିମାଙ୍କ ନାମ
ବିଶ୍ବ ଦରବାରେ
ମୋ ଜାତି ଶ୍ରଦ୍ଧା ସମ୍ମାନ ।
ମଣିମାଙ୍କ ଖ୍ଯାତି
ମଣିମା ରଖନ୍ତି
ଟାଳନ୍ତି ବିଶ୍ବ ବିପତ୍ତି,
ଦାରୁବ୍ରହ୍ମ ଦେହେ
ଭରି ରହିଥାଏ
ସାରା ଜଗତର ତାତି ।
କିଭଳିଆ ଦେହ
କେମିତିକା ଦିଅଁ
ତାତିକୁ ନ ଥାଏ ଭିତି,
ତାତିର ତତ୍ତ୍ବକୁ
ସମାଧାନ ପାଇଁ
ଦାରୁବ୍ରହ୍ମ ସାଜିଛନ୍ତି ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ