ପଶ୍ଚିମ ଓଡିଶାର ବିକାଶରେ ଗୁରୁତ୍ୱପୂର୍ଣ୍ଣଭୂମିକା ନେବ ରାଜେନ୍ଦ୍ର କଲେଜ – ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗିର – ରାଜେନ୍ଦ୍ର କଲେଜ ଆଗାମୀ ଦିନରେ ବଲାଙ୍ଗିର ତଥା ପଶ୍ଚିମ ଓଡିଶାକୁ ବିକାଶ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଶୁକ୍ରବାର ପଶ୍ଚିମ ଓଡିଶାର ସର୍ବପୂରାତନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତି ପାଳନ ହେବା ଅବସରରେ ଆୟୋଜିତ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଏକ ସ୍ମରଣିକା ‘ରାଜେନ୍ଦ୍ରାୟନ-୭୫’ର ମଧ୍ୟ ଲୋକାର୍ପଣ କରିଥିଲେ । ଦୀର୍ଘ ୭୫ ବର୍ଷ ଯାତ୍ରାରେ ଏହି ଶିକ୍ଷାନୁଷ୍ଠାନ ନିଶ୍ଚିତ ଭାବରେ ପଶ୍ଚିମ ଓଡିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି । ରାଜ୍ୟ ସରକାର ଏହାକୁ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱୀକୃତି ପ୍ରଦାନ କରିଥିବା ବେଳେ କଲେଜର ଉନ୍ନତି ପାଇଁ ସମସ୍ତଙ୍କର ଆବଶ୍ୟକତା ଅଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କଲେଜ ସମେତ ସରକାରୀ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ପଡୁଥିବା ଅଧ୍ୟାପକ ପଦବୀ ପୂରଣ କରିବାକୁ ଅନୁରୋଧ କରିଥିଲୋ  ସେ କହିଛନ୍ତି ଯେ ୧୯୪୪ ମସିହା ଇଂରେଜ ଶାସନ ସମୟରେ ବଲାଙ୍ଗୀରର ଜନପ୍ରିୟ ପ୍ରତିନିଧି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାମରେ ନାମିତ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି । ଆଗାମୀ ଦିନରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଉଚ୍ଚ ସ୍ତରକୁ ଯାଉ । ଆଗାମୀ ଦିନରେ ବଲାଙ୍ଗୀର ରାଜେନ୍ଦ୍ର କଲେଜ୍‌ର ବିକାଶ କରିବାରେ ଆଲୁମିନି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତୁ । ବଲାଙ୍ଗୀରର ବିକାଶରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶୀଦାର ହୁଅନ୍ତୁ ଏବଂ ଏଥିରେ କଲେଜ ଆଲୁମିନି ସଂଘ ବଡ ଭୂମିକା ନେବା ନେଇ ଆହ୍ୱାନ କରିଛନ୍ତି ।  ରାଜେନ୍ଦ୍ର କଲେଜ ଆହୁରି ଆଗକୁ ବଢିବା ସହ ବିଶ୍ୱବିଦ୍ୟାଳୟ ପାଇଁ ଆନୁଷଙ୍ଗୀକ ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ ରହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ବିଶ୍ୱସ୍ତରର କଳ୍ପନା ରଖୁଥିବା ସ୍ଥାନର ନାଁ ହେଲା ବଲାଙ୍ଗିର ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏହାର ଏନ୍ତୁଡିଶାଳ । ରାଜେନ୍ଦ୍ର କଲେଜ ବୌଦ୍ଧିକ ଜାଗରଣର ପେଣ୍ଠସ୍ଥଳ । ଯେ ପର‌୍ୟ୍ୟନ୍ତ ରାଜେନ୍ଦ୍ର କଲେଜ ଆଗକୁ ବଢିବ ନାହିଁ ସେ ପର‌୍ୟ୍ୟନ୍ତ ବଲାଙ୍ଗିର ଆଗକୁ ବଢିବ ନାହି । ବଲାଙ୍ଗିର ଆଗକୁ ନବଢିଲେ ଓଡିଶାର ବିକାଶ ହେବ ନାହିଁ । ତେଣୁ ବଲାଙ୍ଗିରକୁ ବିକାଶ କରିବାର ଦାୟିତ୍ୱ ସମସ୍ତଙ୍କର ଅଛି । ପ୍ରଧାନମନ୍ତ୍ରୀ  ମୋଦି ବଲାଙ୍ଗିର ସମେତ ଦେଶର ୧୧୫ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷିତ କରିଛନ୍ତି । ଏହି ଜିଲ୍ଲାର ବିକାଶ କରିବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ