୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଖୋ-ଖୋ ପ୍ରତିଯୋଗିତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଷ୍ଥାତିୟମ ପଡିଆରେ ଆଜି ୩ୟ ଦିବସରେ ୧୭ ବର୍ଷରୁ କମ୍ ପ୍ରତିଯୋଗୀତାର ଉଦ୍ଯାପନୀ ତଥା ୧୪ ବର୍ଷରୁ କମ୍ ପ୍ରତିଯୋଗୀତାର ଶୁଭାରମ୍ଭ ମହୋତ୍ସବର ସଭାମଞ୍ଚରେ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମଲ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସଭାପତି, ମୂଖ୍ୟ ଅତିଥି ଅବସର ପ୍ରାପ୍ତ କ୍ରିଡା ସହ ନିର୍ଦ୍ଦେଶକ ନିଳ ମାଧବ ନନ୍ଦ,ମୂଖ୍ୟ ବକ୍ତା ଜ୍ୟୋତି ପ୍ରକାଶ ପରିଡା କ୍ରିଡା ସହ ନିର୍ଦ୍ଦେଶକ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମହାନ୍ତ, ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ବେହରା, ଶ୍ରୀଯୁକ୍ତ ମନ୍ମଥନାଥ ମହାନ୍ତ ଓଷ୍ଟା ସଭାପତି, ଓଷ୍ଟା ସଂପାଦକ ରଂଜନ କୁମାର ଘଡେଇ,ଶ୍ରୀଯୁକ୍ତ ଶାନ୍ତନୁ କୁମାର ମିଶ୍ର ଓଷ୍ଟା ର ଉପଦେଷ୍ଟା, ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା NPS ସଂପାଦକ , ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମକୃଷ୍ଣ ବେହେରା ,ସମାଜ ସେବୀ ଦିଲିପ୍ କୁମାର ପଣ୍ଡା , ରବିନ୍ଦ୍ର କୁମାର ପାଢ଼ୀ କେନ୍ଦୁଝର ଆଥିଲେଟିକ୍ ଟିମ୍ ର ଯୁଗ୍ମ ସଂପାଦକ ଉପସ୍ଥିତ ଥିଲେ । ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ଭୁବନେଶ୍ଵର ଦଳ ଚମ୍ପିଆନ୍ ଓ ବାଲେଶ୍ଵର ଦଳ ରନର୍ସ ଅପ୍ ହୋଇଥିବା ବେଳେ ୧୭ ବର୍ଷରୁ କମ୍ ବାଳକ ବିଭାଗର ପୁରୀ ଦଳ ଚମ୍ପିଆନସ୍ ଏବଂ ଜଗତସିଂହପୁର ଦଳ ରନର୍ସ ଅପ୍ ହୋଇଥିଲେ । ମୁଖ୍ୟ ଅତିଥି ତଥା ସମସ୍ତ ଅତିଥି ମାନଙ୍କର ଦ୍ୱାରା ଚମ୍ପିଆନସ୍ ଦଳ ଓ ରନର୍ସ ଅପ୍ ଦଳଙ୍କୁ ପୁରସ୍କୃତ କରାଯାଇଥିଲା । ତତ୍ପରେ ରାଜ୍ୟ ସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ଖୋ ଖୋ ପ୍ରତିଯୋଗୀତା ର ଶୁଭାରମ୍ଭ କରାଯାଇଥିଲା ।ଏହି ଶୁଭାରମ୍ଭ ସଭାରେ ସହ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ୟୋତିରଂଜନ ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ, ତତ୍ପରେ ସମସ୍ତ ଅତିଥି ମାନେ ନିଜ ନିଜର ଉପଦେଶାତ୍ମକ ଅଭିଭାଷଣ ରଖିଥିଲେ। ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ଖୋଖୋ ପ୍ରତି ଯୋଗୀତାରେ ମୋଟ ୮୦୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଏବଂ ସେମାନଙ୍କର ମାର୍ଗଦର୍ଶକ ଶିକ୍ଷକ ତଥାଆମଜିଲ୍ଲାରଲେବସର୍ବଶେଷରେ ଶ୍ରୀଯୁକ୍ତ ମନ୍ମଥନାଥ ମହାନ୍ତ ଓଷ୍ଟା ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ l


